ବଢ଼ିଲା ବିଜେଡି ବିଧାୟକଙ୍କ ଅଡ଼ୁଆ, ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲାରେ ସାରଦାଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ : ବଢ଼ିଲା ବିଜେଡି ବିଧାୟକଙ୍କ ଅଡ଼ୁଆ । ହାଇକୋର୍ଟରେ ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ବର୍ତ୍ତମାନ ଏହି ମାମଲାରେ ଉତ୍ତର ରଖିବାକୁ ସାରଦାଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଗଣତି କେନ୍ଦ୍ରରେ ସାରଦାଙ୍କ ଇଙ୍ଗିତରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଭୋଟର ରାଧେଶ୍ୟାମ ୟାଦବ ।

ଆବେଦନକାରୀ ଏହି ଅଭିଯୋଗ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ ଓ ଫଟୋ ମଧ୍ୟ କୋର୍ଟରେ ଦର୍ଶାଇଛନ୍ତି । ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି।












Click it and Unblock the Notifications