ଓମାର ଅବଦୁଲ୍ଲାଙ୍କୁ ଲାଗିଲା ବଡ଼ ଝଟକା, ପତ୍ନୀଙ୍କ ଠୁ ଛାଡ଼ପତ୍ର ଆବେଦନକୁ ଖାରଜ କଲେ ହାଇକୋର୍ଟ
ଜମ୍ମୁ:ଜମ୍ମୁ କଶ୍ମୀର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ତ୍ରୀ ପାୟଲ ଅବଦୁଲ୍ଲାଙ୍କ ଠାରୁ ଛାଡପତ୍ର ପାଇଁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ନିମ୍ନ କୋର୍ଟର ରାୟ କାଏମ ରଖି କୋର୍ଟ ଏହି ନିଷ୍ପତି ଶୁଣାଇଛନ୍ତି । ବିଚାରପତି ସଂଜୀବ ସଚଦେବ ଏବଂ ବିକାଶ ମହାଜନଙ୍କ ଖଣ୍ଡପୀଠ ଆବେଦନକୁ ଖାରଜ କରି କହିଛନ୍ତି, "ପାରିବାରିକ ଅଦାଲତ ଦ୍ୱାରା ନିଆଯାଇଥିବା ନିଷ୍ପତିର ଆମେ କୌଣସି ଦୁର୍ବଳତା ପାଇଲୁ ନାହିଁ ଯେ ନିର୍ଦ୍ଦୋଷର ଅଭିଯୋଗ ଅସ୍ପଷ୍ଟ ଏବଂ ଗ୍ରହଣୀୟ ନୁହେଁ, ଆବେଦନକାରୀ କୌଣସି କାର୍ଯ୍ୟକୁ ପ୍ରମାଣ କରିବାରେ ବିଫଳ ହୋଇଥିଲେ, ଯାହା ତାଙ୍କ ପ୍ରତି ଶାରୀରିକ କିମ୍ବା ମାନସିକ ବିକୃତ ବୋଲି କୁହାଯାଇପାରେ ।

ସୁଚନାନୁସାରେ, ୨୦୧୬ ମସିହାରେ ନିମ୍ନ କୋର୍ଟ ପ୍ରମାଣ ଅଭାବରୁ ଓମାର ଅବଦୁଲ୍ଲାଙ୍କୁ ଆବେଦନକୁ ଖାରଜ କରି ଦେଇଥିଲେ । ଏହା ସହିତ କୋର୍ଟ କହିଥିଲେ କି "ନିଷ୍ଠୁରତା" କିମ୍ବା "ଛାଡି ଚାଲି ଯିବା" ର ଦାବିକୁ ପ୍ରମାଣ କରିପାରୁନାହାଁନ୍ତି, ଯାହା ସେ ଛାଡ଼ପତ୍ର ପାଇଁ ତାଙ୍କ ପିଟିସନରେ ଉଲ୍ଲେଖ କରିଥିଲେ ।
ଓମାର ଅବଦୁଲ୍ଲା ୨୦୧୧ ରେ ଦିଲ୍ଲୀ ବାସିନ୍ଧା ପାୟଲ ନାଥଙ୍କୁ ବିବାହ କରିଥିଲେ । ପାୟଲ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ । ନିକଟରେ ଓମାର ଅବଦୁଲ୍ଲା କହିଥିଲେ ଯେ ସେ ଏବଂ ତାଙ୍କ ପତ୍ନୀ ପାୟଲ ବର୍ତ୍ତମାନ ଅଲଗା ଅଲଗା ରହୁଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟ ଓମାର ଅବଦୁଲ୍ଲାଙ୍କୁ ଠୁ ଅଲଗା ରହୁଟଥିବା ପତ୍ନୀ ପାୟଲ ଅବଦୁଲ୍ଲା ଏବଂ ପିଲାମାନଙ୍କୁ ଦେଉଥିବା ରକ୍ଷଣାବେକ୍ଷଣ ପରିମାଣ ବୃଦ୍ଧି କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଉମର ତାଙ୍କ ପତ୍ନୀ ପାୟଲଙ୍କୁ ପ୍ରତି ମାସରେ ୧.୫ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟ ତାଙ୍କ ଆଦେଶରେ କହିଥିଲେ । ପୂର୍ବରୁ ତଳ କୋର୍ଟ ମାସିକ ୭୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ହାଇକେର୍ଟ ପିଲାଙ୍କ ଏଜୁକେସନ ମାସରେ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଟ୍ରାଏଲ କୋର୍ଟ ଏହି ପରିମାଣକୁ ୨୫ ହଜାର ଟଙ୍କା ସ୍ଥିର କରିଥିଲେ । ଏହା ପରେ ପାୟଲ ୨୦୧୮ ର ଟ୍ରାଏଲ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ନିକଟକୁ ଯାଇ ରକ୍ଷଣାବେକ୍ଷଣ ଭତ୍ତା ବୃଦ୍ଧି କରିବାକୁ ଦାବି କରିଥିଲେ । ଟ୍ରାଏଲ କୋର୍ଟ ଜୁଲାଇ ୨୦୧୮ ରେ ଉମର ତାଙ୍କ ପତ୍ନୀଙ୍କୁ ମାସିକ ୭୫,୦୦୦ ଟଙ୍କା ଏବଂ ପିଲାମାନଙ୍କୁ ମାସିକ ରକ୍ଷଣାବେକ୍ଷଣ ଭାବରେ ୨୫,୦୦୦ ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications