ଲେଡିଜ ହଷ୍ଟେଲ ୱାଶରୁମରେ ମିଳିଲା କ୍ୟାମେରା
Andhra Pradesh News: କୋଲକାତାସ୍ଥିତ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଡାକ୍ତରଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣା ପୁରା ଦେଶରେ ଚହଳ ସୃଷ୍ଟି କରିଛି । ଏହାପରେ ଅନେକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ ହଷ୍ଟେଲ ୱାଶରୁମରରୁ ମିଳିଛି ହିଡେନ୍ କ୍ୟାମେରା । ଏପିରିକି ଏହି କ୍ୟାମେରାରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇଛି ବିକ୍ରି ମଧ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି ।
ଆନ୍ଧ୍ରପ୍ରଦେଶର କୃଷ୍ଣନ ଜିଲ୍ଲାର ଗୁଦଲାଭଜେଲରୁ ଇଞ୍ଜିନିୟରିଂ କଲେଜରେ ଏପରି ଘଟଣା ଘଟିଛି । ଘଟଣା ସମ୍ପର୍କରେ ଜାଣିବା ପରେ ହଷ୍ଟେଲ ଛାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକ ଏବଂ ଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ । ଛାତ୍ରୀମାନେ ହଷ୍ଟେଲରେ ଏକାଠି ହୋଇ ନ୍ୟାୟ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କ୍ୟାମ୍ପସରେ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। ଗତକାଲି ସନ୍ଧ୍ୟା ୭ଟାରୁ ଆଜି ସକାଳ ପର୍ଯ୍ୟନ୍ତ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ।

ଏହି ମାମଲାରେ ପୋଲିସ ଶେଷ ବର୍ଷର ଇଞ୍ଜିନିୟରିଂ ଛାତ୍ରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗୁରୁବାର ସନ୍ଧ୍ୟାରେ କିଛି ଛାତ୍ରୀ ସେମାନଙ୍କ ଶୌଚାଳୟରେ ଏକ ହିଡେନ୍ କ୍ୟାମେରା ପାଇଥିବା ବେଳେ ଯାହା ପରେ ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରୀ ଭୟଭୀତ ହୋଇପଡିଥିଲେ ଏବଂ କଲେଜ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ହଙ୍ଗାମା ।
ସେପଟେ ପୋଲିସ ଏହି ଘଟଣାରେ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହାସହ ଏକ ଲାପଟପ୍ ମଧ୍ୟ ଜବତ କରାଯାଇଛି । ବର୍ତ୍ତମାନ ତଦନ୍ତ ଜାରି ରହିଛି ଏହାପରେ ସ୍ପଷ୍ଟ ସୂଚନା ମିଳିବ ବୋଲି ପୋଲିସ କହିଛି । ତେବେ ପ୍ରାୟ ୩୦୦ ରୁ ଅଧିକ ଫଟୋ ଏବଂ ଭିଡିଓ ଲେଡିଜ ହଷ୍ଟେଲ ୱାଶରୁମରୁ ଲିକ୍ ହୋଇଥିବା ନେଇ ଖବର ରହିଛି ।












Click it and Unblock the Notifications