ହେଜବୁଲାର ମୁଖ୍ୟ ନସରଲ୍ଲାଙ୍କ ମୃତ୍ୟୁ ପରେ ଅଶାନ୍ତ କାଶ୍ମୀର

ଲେବାନନର ଦକ୍ଷିଣ ବେରୁଟ ସହରରେ ଇସ୍ରାଏଲ ଗତ ଶୁକ୍ରବାରଠାରୁ ଜାରି ରଖିଥିବା ଏୟାରଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ନିହତ ହୋଇଛି। ନସରଲ୍ଲା ସହିତ ତା'ର ଝିଅ ମଧ୍ୟ ପ୍ରାଣ ହରାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ପକ୍ଷରୁ ଶନିବାର ଏହା ସ୍ପଷ୍ଟ କରାଯାଇଛି। ଏପଟେ ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Hassan Nasrallah

କାଶ୍ମୀର ବଡଗାମରେ ଶତାଧିକ ଲୋକ ପ୍ରତିବାଦ ରାଲି କରିବା ସହ ନସରଲ୍ଲାର ମୃତ୍ୟରେ ଶୋକବ୍ୟକ୍ତ କରିଛନ୍ତି । ହାତରେ ପ୍ଲାକାର୍ଡ, କଳାପତାକ ଧରିବା ସହ ଓ ନସରୁଲ୍ଲା ଅମର ରହେ କହି ସହର ସାରା ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଲି. ଇସ୍ରାଏଲ ଓ ଆମେରିକା ବିରୋଧୀ ନାରାବାଜୀ ଶୁଣିବାକୁ ମିଳଛି

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲି ଥିବାବେଳେ ଏହି ରାଲିକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟୋରୋପ ଆରମ୍ଭ ହୋଇଯାଇଛି। ବିଜେପି ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀରର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ପିଡିପି ମୁଖ୍ୟ ମେହବୁବା ମୁଫତି ରାଲି ବାତିଲ୍ କରିବାକୁ ନେଇ ବର୍ଷିଛନ୍ତି।ନସ୍ରଲ୍ଲାର ମୃତ୍ୟୁକୁ ନେଇ ପ୍ରତିବାଦ ଚାଲିଥିବାରୁ ମେହବୁବା ରାଲି ବାତିଲ୍ କରିଦେଇଥିବା ସେ ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+