ଆସିଲା ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କ ତାଲିକା, ଜାଣନ୍ତୁ କେଉଁ ରାଜ୍ୟରୁ କିଏ ହେବେ ସାମିଲ ?
ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୭.୧୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ।

ମୋଦିଙ୍କ ସହ ଏକାଧିକ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଆଜି ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବିଜେପି ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହାସଲ କରି ନଥିବାରୁ ମୋଦି ୩.୦ରେ ସହଯୋଗୀଙ୍କ ଗୁରୁତ୍ୱ ବଢ଼ି ଯାଇଛି। ତେଣୁ ସହଯୋଗୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ବିଜେପି ନେତୃବୃନ୍ଦ ଉଦ୍ୟମ କରିଛନ୍ତି।
୨୦୧୪ରେ ମୋଦି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ତାଙ୍କ ସହ ୧୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୧୫ ଜଣ ବିଜେପି ସାଂସଦ ରହିଥିଲେ। ୨୦୧୯ରେ ମୋଦିଙ୍କ ସହ ୨୫ ଜଣ ସାଂସଦ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ଏଥିରେ ମଧ୍ୟ ମାତ୍ର ୩ ଜଣ ଅଣ ବିଜେପି ସାଂସଦ ରହିଥିଲେ। ଏଥର କିନ୍ତୁ ବିଜେପି ବ୍ୟତୀତ ଏକାଧିକ ସହଯୋଗୀ ଦଳର ସାଂସଦ ଶପଥ ପାଠ କରିପାରନ୍ତି।
ମୋଦି ୩.୦ ସରକାରରେ କେଉଁମାନେ ସବୁ ମନ୍ତ୍ରୀ ହେବେ, ତା'ର ଏକ ସମ୍ଭାବ୍ୟ ତାଲିକା ସାମ୍ନାକୁ ଆସିଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ସହ ମଧ୍ୟ ମୋଦି ଆଜି ଚା' ପେ ଚର୍ଚ୍ଚା କରିଛନ୍ତି। ଏଥିରେ ୫୨ ଜଣ ସାଂସଦ ରହିଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋଦି ୩.୦ରେ ମନ୍ତ୍ରୀ ହେବେ। ମୋଦ ୨.୦ରେ ମନ୍ତ୍ରୀ ଥିବା ଏକାଧିକ ଲୋକସଭା ଓ ରାଜ୍ୟସଭା ସାଂସଦ ଏଥର ପୁଣି ମନ୍ତ୍ରୀ ହେବେ। ସେହିପରି କିଛି ଯୁବ ଓ ନୂଆ ମୁହଁଙ୍କୁ ମଧ୍ୟ ୩.୦ ସରକାରରେ ଦେଖିବାକୁ ମିଳିପାରେ।
ଜାଣନ୍ତୁ କେନ୍ଦ୍ର କ୍ୟାବିନେଟରେ କିଏ ପାଇଲେ ସ୍ଥାନ?
-ରାଜନାଥ ସିଂ-ଉତ୍ତରପ୍ରଦେଶ
-ନୀତିନ ଗଡ଼କରୀ-ମହାରାଷ୍ଟ୍ର
-ଅମିତ ଶାହା-ଗୁଜରାଟ
- ନିର୍ମଳା ସୀତାରମଣ-ତାମିଲନାଡ଼ୁ
-ଅଶ୍ୱିନୀ ବୈଷ୍ଣବ-ଓଡ଼ିଶା
-ପୀୟୁଷ ଗୋଏଲ-ମହାରାଷ୍ଟ୍ର
-ମନସୁଖ ମାଣ୍ଡବିୟ-ଗୁଜରାଟ
-ଅର୍ଜୁନ ମେଘଓ୍ବାଲ-ରାଜସ୍ଥାନ
-ଶିବରାଜ ସିଂ-ମଧ୍ୟପ୍ରଦେଶ
-ଅନ୍ନାମଲାଇ-ତାମିଲନାଡ଼ୁ
-ସୁରେଶ ଗୋପି-କେରଳ
-ମନୋହର ଖଟ୍ଟର-ହରିଆଣା
-ସର୍ବାନନ୍ଦ ସୋନୋଓ୍ବାଲ-ପୂର୍ବୋତ୍ତର
-କିରନ ରିଜିଜୁ-ପୂର୍ବୋତ୍ତର
-ରାଓ ଇନ୍ଦ୍ରଜିତ-ହରିଆଣା
-ଜିତେନ୍ଦ୍ର ସିଂ-ଜମ୍ମୁ କଶ୍ମୀର
-କମଲଜୀତ ସହରାଓ୍ବତ-ଦିଲ୍ଲୀ
-ରକ୍ଷା ଖଡସେ-ମହାରାଷ୍ଟ୍ର
-ଜି କିଶନ ରେଡ୍ଡି-ତେଲଙ୍ଗାନା
-ହରଦୀପ ପୁରୀ-ପଞ୍ଜାବ
-ନିତ୍ୟାନନ୍ଦ ରାୟ-ବିହାର
-ବନ୍ଦି ସଞ୍ଜୟ କୁମାର-ତେଲଙ୍ଗାନା
-ପଙ୍କଜ ଚୌଧୁରୀ-ଉତ୍ତରପ୍ରଦେଶ
-ବିଏଲ୍ ବର୍ମା-ଉତ୍ତରପ୍ରଦେଶ
-ଅନ୍ନପୂର୍ଣ୍ଣା ଦେବୀ-ଝାରଖଣ୍ଡ
-ରବନୀତ ସିଂ ବିଟ୍ଟୁ-ପଞ୍ଜାବ
-ଶୋଭା କରନ୍ଦଜାଲେ-କର୍ନାଟକ
-ହର୍ଷ ମଲହୋତ୍ରା-ଦିଲ୍ଲୀ
-ଜିତିନ ପ୍ରସାଦ-ୟୁପି
-ଭାଗିରଥ ଚୌଧୁରୀ-ରାଜସ୍ଥାନ
-ସିଆର୍ ପାଟିଲ-ଗୁଜରାଟ
-ଅଜୟ ଟମ୍ଟା-ଉତ୍ତରାଖଣ୍ଡ
-ଧର୍ମେନ୍ଦ୍ର ପ୍ରଧାନ-ଓଡ଼ିଶା
-ଗଜେନ୍ଦ୍ର ସିଂ ଶେଖାଓ୍ବତ-ରାଜସ୍ଥାନ
-ଜ୍ୟୋତିରାଦିତ୍ୟ ସିନ୍ଧିଆ-ମଧ୍ୟପ୍ରଦେଶ












Click it and Unblock the Notifications