ହେମନ୍ତ ସୋରେନଙ୍କ ବଢିଲା ଅଡ଼ୁଆ, ଇଡି ଚାର୍ଜସିଟରେ ଟିଭି ଓ ଫ୍ରିଜ୍ ବିଲ୍, ଜାଣନ୍ତୁ କଣ ଏହି ବିଲ୍
ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ପୂର୍ବତନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି ସେଥିରେ ଟିଭି ଓ ଫ୍ରିଜ୍ର ବିଲ୍ ମଧ୍ୟ ସାମିଲ ଅଛି। କୋର୍ଟର ଏହାର ରିସିଟ୍ ସହ ଏହାକୁ ଜମି ଦୁର୍ନୀତି ମାମଲା ସହ ଇଡି ଯୋଡିଛି । ଇଡି ଦାବି କରିଛି ଯେ ହେମନ୍ତ ସୋରେନ ବେଆଇନ ଭାବେ ୩୧ କୋଟିରୁ ଅଧିକ ମୂଲ୍ୟର ୮.୭୬ ଏକର ଜମି ଅଧିଗ୍ରହଣ କରିଛନ୍ତି। ରାଞ୍ଚିରେ ଅବସ୍ଥିତ ଦୁଇ ଡିଲରଙ୍କ ଠାରୁ ଇଡି ଏହି ରସିଦ ହାସଲ କରିଛି । ଗତ ମାସରେ ଜେଏମଏମ ନେତା ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ଏହା ସଂଲଗ୍ନ କରାଯାଇଥିଲା।
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜାନୁଆରୀ ୩୧ ତାରିଖରେ ଇଡି ହେମନ୍ତ ସୋରେନ୍ଙ୍କୁ ଗିରଫ କରିଥିଲା। ଜମି କିଣାବିକା ଦୁର୍ନୀତି ସହ ଜଡିତ ମନି ଲଣ୍ଡିରିଂ ମାମଲାରେ ଗିରଫ ହୋଇ ହେମନ୍ତ ସୋରେନ୍ ଏବେ ରାଞ୍ଚିର ହୋଟାଓ୍ୱାର ସ୍ଥିତ ବିର୍ଶାମୁଣ୍ଡା ଜେଲରେ ଅଛନ୍ତି। ଇଡି ଅନୁଯାୟୀ ଏହି ଦୁଇଟି ଗ୍ୟାଜେଟ୍ ସନ୍ତୋଷ ମୁଣ୍ଡାଙ୍କ ପରିବାର ସଦସ୍ୟ ନାଁରେ କିଣାଯାଇଛି। ଯିଏକି, ଏଜେନ୍ସିକୁ କହିଥିଲେ ଯେ ସେ ଉକ୍ତ ଜମିରେ (୮.୮୬ ଏକର) ହେମନ୍ତ ସୋରେନଙ୍କ ସମ୍ପତ୍ତିର ତଦାରଖକାରୀ ଭାବରେ ୧୪ ବର୍ଷ ଧରି ରହୁଛନ୍ତି।

ବେଆଇନ୍ରେ କିଣା ଯାଇଥିବା ଜମି ସହ ହେମନ୍ତ ସୋରେନ୍ଙ୍କ କୌଣସି ସମ୍ପର୍କ ନଥିବା ଦାବିକୁ ଖଣ୍ଡନ କରିବାକୁ ଯାଇ ଇଡି ସନ୍ତୋଷ ମୁଣ୍ଡାଙ୍କ ବୟାନକୁ ମଧ୍ୟ ପ୍ରମାଣସ୍ୱରୂପ ନିଜ ଚାର୍ଜସିଟ୍ରେ ସାମିଲ କରିଛି। ଇଡି ଅଭିଯୋଗ କରିଛି ଯେ, ଏହି ଜମି ଉପରେ ଜେଏମ୍ଏମ୍ ନେତାଙ୍କ କବ୍ଜା ଯେପରି ବୟାଜ ରହିବ ସେଥିପାଇଁ ରାଜ୍ୟ ସରକାର ହେମନ୍ତ ସୋରେନଙ୍କ ଗିରଫଦାରୀର ଦୁଇ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୨୯ରେ ରାଜକୁମାର ପହନାଙ୍କୁ ଏହି ଜମି ଦେଇ ଦେଇଥିଲେ। ମୂଳ ମାଲିକଙ୍କ ଦ୍ୱାରା ଉକ୍ତ ଜମିକୁ କିଛି ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା। କିନ୍ତୁ ହେମନ୍ତ ସୋରେନ୍ ସେହି କେତ୍ରାଙ୍କୁ ବହଷ୍କାର କରି ୧୦୧୦-୧୧ରେ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ଆଣିଥିବା ଇଡି ଦାବି କରିଛି।












Click it and Unblock the Notifications