ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ହେମନ୍ତ ସୋରେନ

ଆଜି ବିଧାନସଭା ବହୁମତର ପ୍ରମାଣ ଦେବେ ହେମନ୍ତ ସୋରେନ୍ । ଝାଡଖଣ୍ଡରେ ସରକାର ଗଠନ କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ହେବ । ତେବେ ଏଥିପାଇଁ ଝାଡଖଣ୍ଡ ରାଜନୀତି ସରଗରମ ହେଇଛି । ଆଉ ଉଭୟ ଶାସକ ଓ ବିରୋଧୀ ଏଥିପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି ।

Hemant Soren

ଗତକାଲି ଶାସକ ଦଳର ବିଧାୟକମାନେ ବସି ଆଲୋଚନା କରିଥିଲେ । ଏହି ବୈଠକରେ ବହୁମତ ପରୀକ୍ଷା ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଆଲୋଚନା ହେଇଥିବା ଜଣାପଡିଛି । ଅନ୍ୟପଟେ ଝାଡଖଣ୍ଡରେ ବିରୋଧୀ ଆସନରେ ବସିଥିବା ବିଜେପି ମଧ୍ୟ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ପ୍ରଦୀପ ଯାଦବଙ୍କ କହିବା କଥା, ଗତକାଲିର ବୈଠକରେ ଦଳ ବିଧାନସଭାରେ ଶକ୍ତି ପରୀକ୍ଷଣ ଏବଂ କ୍ୟାବିନେଟ୍ ବିସ୍ତାର ନେଇ ଆଲୋଚନା କରିଛି । ତେବେ ଗୃହରେ ବହୁମତ ପ୍ରମାଣ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାବଳ ଥିବା ସେ ଦାବି କରିଛନ୍ତି । ଅନ୍ୟପଟେ ଆଜିର ଅଧିବେଶନରେ ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ପଟେ ଶାସକ ଦଳ ବିରୋଧୀଙ୍କୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ, ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ହେମନ୍ତ ସରକାରକୁ ଚେକ୍ ଦେବାକୁ ଲକ୍ଷ୍ୟ ରଖିଛି । ଦଳର ନେତା ଦାବି କରିଛନ୍ତି ଯେ, ଏହି ମେଣ୍ଟ ସରକାରରେ ଅନ୍ତଦ୍ୱନ୍ଦ୍ୱ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+