ହେମନ୍ତ ଦେଲେ ଇସ୍ତଫା, ଆସନ୍ତା ୨୮ରେ ନେବେ ଶପଥ
ରାଞ୍ଚି: ଜେଏମଏମ ପୁଣି ଥରେ ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଛି। ଝାଡ଼ଖଣ୍ଡରେ ପୁଣି ଥରେ ହେମନ୍ତ ସୋରେନଙ୍କ ସରକାର ହେବାକୁ ଯାଉଛି |ଏହା ସହ ଏକ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ହେମନ୍ତ ସୋରେନ ରବିବାର (୨୪ ନଭେମ୍ବର) ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ଆଜି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ପତ୍ର ଦେବା ସହ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି।
ଗଙ୍ଗୱାରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋରେନ କହିଛନ୍ତି, "ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ସହଯୋଗୀ ଦଳର ସମର୍ଥନ ପତ୍ର ଦେଇଛି। ସେ ଆମକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ନଭେମ୍ବର ୨୮ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।"

ଉଲ୍ଲେଖ ଥାଉ କି, ୨୦୧୯ରେ, ଇଣ୍ଡିଆ ମେଣ୍ଟରେ ପ୍ରତ୍ୟେକ ଚାରିଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀ କରିବା ପାଇଁ ଏକ ସୂତ୍ର ଥିଲା। କିନ୍ତୁ ସେତେବେଳେ ଆରଜେଡିର କେବଳ ଗୋଟିଏ ଆସନରୁ ବିଧାୟକ ଥିଲେ। ଏଭଳି ପରିସ୍ଥିତିରେ ଏଥର ଆରଜେଡି ଚାରିଟି ସିଟ୍ ଜିତିଛି। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ମଧ୍ୟ ମନ୍ତ୍ରୀ ହୋଇପାରିବେ। ଏଥର ୫ ଜଣ ବିଧାୟକଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ସୂତ୍ର ପ୍ରସ୍ତୁତ କରାଯାଇପାରେ |
ସୂଚନାଯୋଗ୍ୟ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱାଧୀନ ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୫୬ ଆସନ ସହ ଜବରଦସ୍ତ ବିଜୟ ହାସଲ କରି କ୍ଷମତା ବଜାୟ ରଖିଛି। ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୫୬ଟି ଆସନ ଜିତିଥିବାବେଳେ ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ମାତ୍ର ୨୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।












Click it and Unblock the Notifications