ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ
Hemant Soren Oath: ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ହେମନ୍ତ ସୋରେନଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏନେଇ ରାଜ ଭବନ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୋରେନ୍ ଆଜି ରାଜ୍ୟର 13 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସଂନ୍ଧ୍ୟା ପ୍ରାୟ 5ଟାରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ଜେଏମଏମ ନେତା ଦାବି କରିଥିଲେ ଯେ ହେମନ୍ତ ସୋରେନ ଜୁଲାଇ 7 ରେ ସିଏମ ଭାବରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ତାରିଖ ପ୍ରକାଶ ପାଇବା ପରେ ହେମନ୍ତ ସୋରେନ X ରେ ଏକ ପୋଷ୍ଟ ସେୟାର ଲେଖିଛନ୍ତି, "ମାନ୍ୟବର ରାଜ୍ୟପାଳଙ୍କୁ ଧନ୍ୟବାଦ।" ବିରୋଧୀଙ୍କ ଦ୍ୱାରା ଗଣତାନ୍ତ୍ରିକ ବିରୋଧୀ ଷଡଯନ୍ତ୍ରର ସମାପ୍ତି ଆରମ୍ଭ ହୋଇଛି। ସତ୍ୟମେବ ଜୟତେ...!
ସୂଚନାଥାଉ ଯେ, ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ଗଠନ କରାଯାଇଥିଲା । ସେବେଠାରୁ ଏବେ ଯାଏଁ ୧୨ଜଣ ସିଏମ ହୋଇଛନ୍ତି । ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାନୁଆରୀ 31 ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେ ଇଡି ହେପାଜତରେ ଥିବାବେଳେ ସିଏମ ପଦରୁ ଇସ୍ତଫା ଦେଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ।
ଜୁନ 28 ରେ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନରେ ଆସିବା ପରଠାରୁ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ଗତକାଲି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ । ଗତକାଲି ସଂନ୍ଧ୍ୟାରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଥିଲେ ।

ସେହିପରି ବୁଧବାର ଅର୍ଥାତ୍ ଜୁଲାଇ 3ରେ ବିଧାୟକ ତଥା ଇଣ୍ଡିଆ ଆଲାଇନ୍ସର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ହେମନ୍ତ ସୋରେନ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।












Click it and Unblock the Notifications