୭ରେ ଶପଥ ନେବେ ହେମନ୍ତ
ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି (ଜୁଲାଇ ୩)ରେ ଇସ୍ତଫା ଦେଇଥିଲେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ । ସେ ଗତକାଲି ସଂନ୍ଧ୍ୟାରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଥିଲେ ଚମ୍ପାଇ ଇସ୍ତଫା ଦେଇଥିବାରୁ ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ।
ଚମ୍ପାଇ ସୋରେନ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ବିଧାୟକ ଦଳ ବୈଠକ ହୋଇଥିଲା । ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଥିଲା । ଆଉ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ । ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି । ଜୁଲାଇ ୭ରେ ଶପଥ ନେବା ପରେ ହେମନ୍ତ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବେ । ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ଗଠନ କରାଯାଇଥିଲା ।
ସେବେଠାରୁ ଏବେ ଯାଏଁ ୧୨ଜଣ ସିଏମ ହୋଇଛନ୍ତି । ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications