ହେମନ୍ତ ସୋରେନ୍ ପୁଣି ହେବେ ମୁଖ୍ୟମନ୍ତ୍ରୀ!
ରାଞ୍ଚି:ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡର ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଏବଂ ଆରଜେଡିର ବିଧାୟକ ଦଳ ବୈଠକରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ସରକାରଙ୍କ ମୁଖ୍ୟ ଚୟନ କରାଯାଇଛି । କିନ୍ତ ଜମି ଦୁର୍ନୀତି ମାମଲାରେ ସୋରେନଙ୍କ ଗିରଫଦାରୀ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଚମ୍ପଇ ସୋରେନ ଇସ୍ତଫା ଦେବେ ।
ଏହାପରେ ତାଙ୍କୁ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇପାରେ । ବର୍ତମାନ ସମୟରେ ହେମନ୍ତ ସୋରେନ ଶାସକ ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ଜାମିନରେ ଆସିବା ପରେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା, ଯେଉଁଥିରେ ପୂର୍ବତମ ମୁଖ୍ୟମନ୍ତ୍ରୀହେମନ୍ତ ସୋରେନ ମଧ୍ୟ ଯୋଗଥିଲେ । ଏହି ବୈଠକ ପରେ ସୋରେନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।
ସୁଚନାନୁସାରେ , ଜାନୁଆରୀ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା । ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ବେଲ୍ ମିଳିଛି । ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍ ।

ଜାମିନରେ ଆସିବା ପରେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି । ଆଜି ଇଣ୍ଡିଆ ମେଣ୍ଟର ବିଧାୟକମାନଙ୍କୁ ନେଇ ରାଞ୍ଚିରେ ଜରୁରୀ ବୈଠକ ବସିଥିଲା, ଯେଉଁଥିରେ ପୂର୍ବତମ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଯୋଗଥିଲେ । ଏହି ବୈଠକ ପରେ ସୋରେନ ଆଉ ଥରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।












Click it and Unblock the Notifications