Get Updates
Get notified of breaking news, exclusive insights, and must-see stories!

ଆଜି କୋର୍ଟରେ ହାଜର ହେବେ ହେମନ୍ତ ସୋରେନ, ୧୫ ଦିନିଆ ରିମାଣ୍ଡରେ ନେବ ଇଡି

Hemant Soren: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ସାରା ଦେଶରେ ଏବେ ସରଗରମ ରାଜନୈଚିକ ମାହୋଲ । ଆଜି ସୋରେଙ୍କୁ କୋର୍ଟରେ ହାଜର କରିବ ଇଡି । ସେପଟେ ଝାଡ଼ଖଣ୍ତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଚମ୍ପାଇ ସୋରେନ୍ ।

ଗତକାଲି ଅର୍ଥାତ୍ ବୁଧବାର ଦିନ ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ ଯାହା ପରେ ତାଙ୍କୁ ଇଡି ଗିରଫ କରିଥିଲା । ଆଜି ସୋରେନଙ୍କୁ କୋର୍ଟରେ ହାଜର କରାଯିବ ଏହାସହ ତାଙ୍କୁ ୧୫ ଦିନ ପାଇଁ ଇଡି ରିମାଣ୍ତରେ ନେବା ନେଇ ସୂଚନା ରହିଛି ।

 Hemant Soren

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଏହାକୁ ବିରୋଧ କରି ଗୁରୁବାର (ଫେବୃଆରୀ 1 ତାରିଖ) ଦିନ ଝାଡଖଣ୍ଡର ସମସ୍ତ ଆଦିବାସୀ ସଂଗଠନ ବନ୍ଦ ଡାକରା ଦେଇଛନ୍ତି । ଆଦିବାସୀ ସଂଗଠନ ମଧ୍ୟ ଏ ସମ୍ପର୍କରେ ପୋଷ୍ଟର ଜାରି କରି ସୂଚନା ଦେଇଛି ।

ଏହି ପୋଷ୍ଟରରେ ହେମନ୍ତ ସୋରେନଙ୍କ ଫଟୋ ରହିଛି । ସେଥିରେ କୁହାଯାଇଛି, ହେମନ୍ତ ସୋରେନଙ୍କ ଗିରଫଦାରୀକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଅନ୍ୟପକ୍ଷରେ ଆଜି ହେମନ୍ତ ସୋରେନଙ୍କ ଆବେଦନ ମଧ୍ୟ ହାଇକୋର୍ଟରେ ଶୁଣାଣି କରାଯିବ ।ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) 2024 ଜାନୁୟାରୀ 31 ତାରିଖ ରାତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ।

ଗିରଫ ପୂର୍ବରୁ ହେମନ୍ତ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ । ହେମନ୍ତ ସୋରେନଙ୍କ ଆବେଦନ ସକାଳ 10.30 ରେ ରାଞ୍ଚି ହାଇକୋର୍ଟରେ ଶୁଣାଣି ହେବ । ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ କୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଇଡି ଆଜି ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବେ । କୋର୍ଟରୁ ହେମନ୍ତ ସୋରେନଙ୍କ ପାଇଁ ଇଡି 16 ଦିନ ରିମାଣ୍ଡ ମାଗିପାରେ ।

ଏହା ସହ ଚମ୍ପାଇ ସୋରେନ ହେମନ୍ତ ସୋରେନଙ୍କ ସ୍ଥାନରେ ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ । ଚମ୍ପାଇ ସୋରେନ ମଧ୍ୟ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଚମ୍ପାଇ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଚମ୍ପାଇ ସୋରେନ ରାଜ୍ୟପାଳଙ୍କ ନିକଟରେ 43 ଜଣ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଛନ୍ତି । ଆଶା କରାଯାଉଛି ଯେ ଚମ୍ପାଇ ସୋରେନ୍ ଆଜି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+