କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲେ ସୋରେନ୍, କହିଲେ ଦେଶର ଅବସ୍ଥା ପାକିସ୍ତାନଠାରୁ ବି ଖରାପ.......
ରାଞ୍ଚି: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ପଡୋଶୀ ପାକିସ୍ତାନ ଅପେକ୍ଷା ଖରାପ କରିବାରେ ଲାଗିପଡିଛନ୍ତି ବୋଲି କହି କେନ୍ଦ୍ରକୁ କଟାକ୍ଷ କରିଛନ୍ତି । ସୁଚନାନୁସାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ରାଜ୍ୟ ବିଧାନସଭାରେ କେନ୍ଦ୍ର ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶର ଅର୍ଥନୀତିକୁ ପଡୋଶୀ ପାକିସ୍ତାନ ଅପେକ୍ଷା ଖରାପ କରିବାରେ ଲାଗିପଡିଛନ୍ତି । ବିଧାନସଭା ଅଧିବେଶନର ଶେଷ ଦିନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଧର୍ମ ଆଧାରରେ ଲୋକଙ୍କୁ ଭାଗ କରି ଭୋଟ୍ ବ୍ୟାଙ୍କ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ହେମନ୍ତ ସୋରେନ କହିଛନ୍ତି ଯେ ଦେଶ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି ।

ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ଅର୍ଥନୀତି ବିପଦରେ ରହିଛି । ଦେଶର ଅବସ୍ଥା ପାକିସ୍ତାନ ଅପେକ୍ଷା ଅଧିକ ଖରାପ କରିବାକୁ ସେମାନେ ଲାଗିପଡିଛନ୍ତି । ଦେଶର ସମ୍ପତ୍ତି ବିକ୍ରି ହେଉଛି । ତାଙ୍କ ସରକାରଙ୍କ କାର୍ଯ୍ୟକୁ ଗଣନା କରି ସୋରେନ୍ କହିଛନ୍ତି ଯେ ଆମେ ପାଞ୍ଚ ବର୍ଷରେ ଯାହା କରିଥିଲୁ, ସେମାନେ ୫୦ ବର୍ଷରେ କରିପାରି ନଥାନ୍ତେ ।
ସେମାନେ (ବିଜେପି) କୁହନ୍ତି ନା ସେମାନେ ଖାଇବେ ନାହିଁ କିମ୍ବା କାହାକୁ ଖାଇବାକୁ ଦେବେ । କିନ୍ତୁ ବାସ୍ତବରେ ସେମାନେ କାହାକୁ ଖାଇବାକୁ ଦେବେ ନାହିଁ କିନ୍ତୁ ସବୁକିଛି ହଜମ କରିବେ ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications