ହେମନ୍ତଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୧୧ ମନ୍ତ୍ରୀ
ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାରର ମନ୍ତ୍ରିମଣ୍ଡଳ ଗୁରୁବାର ଶପଥ ଗ୍ରହଣ କରିଛି। ରାଞ୍ଚିସ୍ଥିତ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ନୂଆ ରାଜ୍ୟ କ୍ୟାବିନେଟରେ ମୋଟ ୧୧ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ୬, କଂଗ୍ରେସର ୪ ଓ ରାଷ୍ଟ୍ରୀୟ ଜନତା ଦଳର ଜଣେ ମନ୍ତ୍ରୀ ଅଛନ୍ତି।

ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଜଣ ମହିଳା ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସୁଦିବ୍ୟ କୁମାର, ଚମରା ଲିଣ୍ଡା, ଯୋଗେନ୍ଦ୍ର ପ୍ରସାଦ, ରାମଦାସ ସୋରେନ, ଦୀପକ ବିରୁଆ ଏବଂ ହାଫିଜୁଲ ହାସନଙ୍କ ସମେତ ଜେଏମଏମର ୬ ଜଣ ମନ୍ତ୍ରୀ ଅଛନ୍ତି। ୪ ଜଣ କଂଗ୍ରେସ ମନ୍ତ୍ରୀ ହେଲେ ଦୀପିକା ପାଣ୍ଡେ ସିଂହ, ରାଧାକୃଷ୍ଣ କିଶୋର, ଇରଫାନ ଅନସାରୀ ଏବଂ ଶିଳ୍ପା ନେହା ତିର୍କୀ। ଆରଜେଡିର ଏକମାତ୍ର ମନ୍ତ୍ରୀ ହେଉଛନ୍ତି ସଞ୍ଜୟ ପ୍ରସାଦ ଯାଦବ। ପୂର୍ବରୁ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଜେଏମଏମର ବରିଷ୍ଠ ନେତା ଷ୍ଟିଫେନ୍ ମାରାଣ୍ଡିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ।












Click it and Unblock the Notifications