ହେମନ୍ତ ସୋରେନଙ୍କୁ ପୁଣି ଲାଗିଲା ବଡ଼ ଝଟକା
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା । ତାଙ୍କର ମଧ୍ୟବର୍ତ୍ତୀକାଳୀନ ଆବେଦନ ଆସନ୍ତାକାଲି ଅର୍ଥାତ୍ ଆସନ୍ତା ୨୨ ତାରିଖରେ ପୁନର୍ବାର ବିଚାର କରାଯିବ । ଶୁଣାଣି ସମୟରେ ସୋରେନଙ୍କ ଓକିଲ କପିଲ ସିବଲ କହିଛନ୍ତି ଯେ, ମୁଁ ଆସନ୍ତାକାଲି ଅର୍ଥାତ୍ ବୁଧବାର ଏହି ବିଷୟରେ ଅଧିକ ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଁଛି ।
ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାକୁ ବିରୋଧ କରି କହିଛି ଯେ ଗ୍ରୀଷ୍ମ ଛୁଟି ପରେ ଶୁଣାଣି ହେବା ଉଚିତ୍ । ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସିବଲ କିଛି ପୂର୍ବ ନିଷ୍ପତ୍ତିର ଉଦାହରଣ ଉପରେ ଅଧିକ ସ୍ପଷ୍ଟୀକରଣ ଦେବେ । ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ନେତୃତ୍ୱରେ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ମେ ୧୭ ରେ ମଧ୍ୟ ସୋରେନଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଝଟକା ମିଳିଥିଲା ।

କୋର୍ଟ ତାଙ୍କୁ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ଜମି ଦୁର୍ନୀତି ମାମଲାରେ ଝଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି । ଜାନୁଆରୀ ୩୧ ରେ ସୋରେନଙ୍କୁ ରାଞ୍ଚିରୁ ଗିରଫ କରିଥିଲା ଇଡି ।












Click it and Unblock the Notifications