ହେମନ୍ତ ସୋରେନଙ୍କ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି; ଗିରଫଦାରୀକୁ ନେଇ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟରେ ହେମାନ୍ତ ସୋରେନଙ୍କ ମାମଲା ଶୁଣାଣି ହେବ । ସୁପ୍ରିମ କୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗରିଫଦାରୀ ବିରୋଧରେ ଦାୟର ହୋଇଥିବା ଚ୍ୟାଲେଞ୍ଜ ଆବେଦନର ଶୁଣାଣି କରିବେ ।
ବୁଧବାର ଜମି ଦୁର୍ନୀତି ସମ୍ପର୍କୀତ ମିନି ଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା । ଆଉ ଏହାକୁ ବିରୋଧ କରି ହେମନ୍ତ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ।
ଗୁରୁବାର ଦିନ ସାଢେ ୧୦ଟାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ଅନୁଭା ରାଓ୍ବତ ଏହା ମାମଲାର ଶୁଣାଣି କରିଥାନ୍ତେ । ହେଲେ ଶେଷ ମୁହୂର୍ତ୍ତରେ ବରିଷ୍ଠ ଆଇନଜୀବୀ କବିପ୍ ଶିବଲ୍ ଓ ଅଭେଷେକ୍ ମନୁ ସଙ୍ଘବୀଙ୍କ ଟିମ୍ ରଣନୀତି ବଦଳାଇ ଦେଇଥିଲେ । ଝାଡ଼ଖଣ୍ଡ ହାଇକୋର୍ଟ ବଦଳରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି ।
ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ । ୨୦୧୦ ସେପ୍ଟେମ୍ବର ୧୧ରୁ ୨୦୧୩ ଜାନୁଆରୀ ୧୮ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ। ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।












Click it and Unblock the Notifications