ବିଧାନସଭାରେ ବର୍ଷିଲେ ସୋରେନ, ପ୍ରମାଣ ଦିଅ ରାଜନୀତି ଛାଡ଼ିଦେବି
ବର୍ଷିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଆସ୍ଥା ଭୋଟ ପୂର୍ବରୁ ରାଗିଗଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ବିଧାନସଭାରେ ବର୍ଷିଛନ୍ତି ହେମନ୍ତ। ପୂର୍ବ ଯୋଜନାବଦ୍ଧ ରୂପେ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥିସହ ଆଦିବାସୀ ହୋଇଥିବାରୁ ତାଙ୍କୁ ଟାର୍ଗେଟ୍। ତାଙ୍କ ଗିରଫଦାରୀରେ ରାଜଭବନ ମଧ୍ୟ ସାମିଲ ଥିବା କହି ସେ ବିଜେପି ଓ ରାଜ୍ୟପାଳଙ୍କୁ କଡା ଟାର୍ଗେଟ କରିଛନ୍ତି ।

୨୦୨୨ରୁ ଯୋଜନାବଦ୍ଧ ଭାବେ ସ୍କ୍ରିଟ୍ ଲେଖାଯାଉଛି। ମୋ ଗିରଫ ପାଇଁ ଏହି ସୁଚିନ୍ତିତ ଷଡଯନ୍ତ୍ରରେ ରାଜ ଭବନ ମଧ୍ୟ ସାମିଲ ଅଛି। ମୁଁ ଲୁହ ବୁହାଇବି ନାହିଁ, ବଞ୍ଚିତ ଲୋକଙ୍କ ଲୁହର କୌଣସି ମୂଲ୍ୟ ନାହିଁ। ଆମେ ମୁଣ୍ଡ ନୁଆଁଇ ଚାଲିବା ଶିଖିନୁ। ମୁଁ ଆଦିବାସୀ ହୋଇଥିବାରୁ ମୋତେ ଟାର୍ଗେଟ କରାଯାଉଛି। ଆଦିବାସୀ, ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ଅତ୍ୟାଚାର କରାଯାଉଛି। ସେମାନେ ଦେଶରେ ସୁରକ୍ଷିତ ନୁହଁନ୍ତି ବୋଲି ବିଧାନସଭାରେ କହିଛନ୍ତି ହେମନ୍ତ ସୋରେନ୍।
ସେ ଆହୁରି କହିଛନ୍ତି, ଜାନୁଆରୀ ୩୧ ତାରିଖ ହେଉଛି ଦେଶ ପାଇଁ କଳା ଅଧ୍ୟାୟ। ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଏଥିରେ ରାଜ ଭବନ ମଧ୍ୟ ସମ୍ପୃକ୍ତି ଅଛି। କେନ୍ଦ୍ରରେ ଶାସକ ଦଳର ଘୃଣା ଲାଗି ଆଜି ଏଭଳି ସ୍ଥିତି ଉପୁଜିଛି। ସେମାନେ ଆମକୁ ଅଛୁଆଁ ବୋଲି ଭାବନ୍ତି। ମୋତେ ଜେଲ୍କୁ ପଠାଇ ସେମାନେ ନିଜର ଯୋଜନା ସଫଳ କରିବେ ବୋଲି ଭାବୁଛନ୍ତି। ଯଦି ଅଭିଯୋଗ ପ୍ରମାଣିତ ହୁଏ, ତେବେ ସେ କେବଳ ରାଜନୀତି ନୁହେଁ, ଝାଡ଼ଖଣ୍ଡ ମଧ୍ୟ ଛାଡ଼ିବେ। ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। ସେମାନଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡିବ କହିଛନ୍ତି ଜେଏମ୍ଏମ୍ ନେତା ହେମନ୍ତ ସୋରେନ୍।












Click it and Unblock the Notifications