୨୪ ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ
Jarkhand News: ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ । ପ୍ରଥମ ଥର ପାଇଁ ହେମନ୍ତ ସୋରେନଙ୍କ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରିବା ପାଇଁ ଯାଉଛି । ବର୍ତ୍ତମାନ ଟ୍ରେଣ୍ତ ଅନୁସାରେ, ହେମନ୍ତ ସୋରେନ ମେଣ୍ଟକୁ ସମ୍ପୁର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ୮୧ଟି ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟ ଆଗରେ ରହିଛି। ଏଥିମଧ୍ୟରୁ ୧୦ଟି ଆସନରେ ବିଜୟର ବ୍ୟବଧାନ ୧୦ ହଜାରରୁ ଅଧିକ ଭୋଟ ରହିଛି।

ଆକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ, ହେମନ୍ତଙ୍କ ଲୋକପ୍ରିୟତା ନର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣା ପଡୁଛି । ଏହି ସର୍ଭେରେ ୪୧ ପ୍ରତିଶତ ଲୋକ ହେମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପସନ୍ଦ କରିଥିଲେ। ଏହାର ତୁଳନାରେ, ଚମ୍ପାଇଙ୍କୁ ୭ ପ୍ରତିଶତ ଲୋକ ଏବଂ ମାରାଣ୍ଡିଙ୍କୁ ୧୩ ପ୍ରତିଶତ ଲୋକ ପସନ୍ଦ କରିଥିଲେ। ଜୁଲାଇ ୨୦୨୪ରେ ପଦ ଗ୍ରହଣ କରିବା ପରେ ହେମନ୍ତ ସୋରେନ ମହିଳା ଭୋଟ ବ୍ୟାଙ୍କ ଉପରେ ଧ୍ୟାନ ଦେଇଥିଲେ। ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସକୁ ୧୦୦୦ ଟଙ୍କା ଜମା କରାଯାଇଥିଲା।












Click it and Unblock the Notifications