ପଶ୍ଚିମବଙ୍ଗରେ ଟ୍ରେନ୍ ଦୁର୍ଘଟଣା: ଜାରି ହେଲା ହେଲ୍ପଲାଇନ୍ ନମ୍ବର

Kanchanjungha Express Accident: ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି ଯେଉଁଥିରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନେକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ଏହି ଦୁର୍ଘଟଣାରେ ମାଲଗାଡ଼ି ଟ୍ରେନର ଡ୍ରାଇଭର ଏବଂ ସହକାରୀ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ନ୍ୟୁ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଏବଂ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଥିଲା । ରେଳ ଦୁର୍ଘଟଣା ପରେ ଉକ୍ତ ସ୍ଥାନରେ ଲୋକଙ୍କ ଭିଡ଼ ବୃଦ୍ଧି ପାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ର ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସମସ୍ତ ଆହତଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ପ୍ରଶାସନ ଗ୍ୟାସ କଟର ସହିତ କମ୍ପାର୍ଟମେଣ୍ଟ କାଟି ଲୋକଙ୍କୁ ବାହାର କରାଯାଉଛି ଏବଂ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

ସିଆଲଦହ ଷ୍ଟେସନରେ ଏକ ସ୍ୱତନ୍ତ୍ର ହେଲ୍ପଲାଇନ ବୁଥ
03323508794
033-23833326
ହେଲ୍ପଲାଇନ ନମ୍ବର ଲୁଡାଡିଙ୍ଗ୍ ଷ୍ଟେସନ
03674263958
03674263831
03674263120
03674263126
03674263858
ହେଲ୍ପଲାଇନ ନମ୍ବର-ଗୋହାଟି ଷ୍ଟେସନ୍
03612731621
03612731622
03612731623
ହେଲ୍ପଲାଇନ ନମ୍ବର- କାଟିହାର
09002041952
9771441956

Kanchanjungha Express Accident

ଏହି ନମ୍ବରରେ କଲ କରି ଦୁର୍ଘଟଣା ବିଷୟରେ ସୂଚନା ପାଇପାରିବେ । ଦିଲ୍ଲୀର ଭାରତୀୟ ରେଳ ଅଧିକାରୀମାନେ ପଶ୍ଚିମବଙ୍ଗର ଦୁର୍ଘଟଣା ସ୍ଥଳରେ ପରିସ୍ଥିତି ତଦନ୍ତ ଆରମ୍ଭ କରିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ଦାର୍ଜିଲିଂ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+