ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
ନେପାଳରେ ଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରାଳୟର ଆଡଭାଇଜରୀ। ଯେଉଁ ସ୍ଥାନରେ ରହୁଛନ୍ତି, ସେଠାରେ ରୁହନ୍ତୁ, ବାହାରକୁ ନ ଯିବାକୁ ପରାମର୍ଶ। ସ୍ଥାନୀୟ ପ୍ରଶାସନର ସୁରକ୍ଷା ନିର୍ଦ୍ଦେଶାବଳୀ ମାନିବାକୁ ମଧ୍ୟ ପରାମର୍ଶ । ଆବଶ୍ୟକ ପଡ଼ିଲେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରନ୍ତୁ । ହେଲ୍ପଲାଇନ ନଂ +977-980 860 2881/981 032 6134।
ହ୍ବାଟ୍ସଆପ୍ରେ ମଧ୍ୟ କଲ୍ କରିପାରିବେ- ବୈଦେଶିକ ମନ୍ତ୍ରାଳୟ ।

ସୂଚନା ମୁତାବକ, ହାମି ନେପାଳ ନାମକ ଏକ ସଂଗଠନ ନେପାଳର ଯୁବପିଢ଼ିମାନଙ୍କୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗୋଟିଏ ମଞ୍ଚକୁ ଆଣିବାର କାମ କରିଥିଲା। ଏହି ସଂଗଠନର ମୁଖ୍ୟ ହେଉଛନ୍ତି ସୁଦାନ ଗୁରୁଙ୍ଗ। ନେପାଳର ଜେନ୍-ଜି ବିପ୍ଳବର ଚେହେରା ହୋଇଥିବା ୩୬ବର୍ଷୀୟ ସୁଦାନ ଗୁରୁଙ୍ଗ ଠିକ୍ ସମୟରେ ନେପାଳୀ ଯୁବପିଢ଼ିମାନଙ୍କର କ୍ରୋଧକୁ ଅନୁଭବ କରିନେଇଥିଲେ। ଏହା ପରେ ସେ ଯୁବପିଢ଼ିଙ୍କ କ୍ରୋଧକୁ ଆନ୍ଦୋଳନରେ ବଦଳାଇବାର କାମ ଆରମ୍ଭ କରିଥିଲେ।
କୁହାଯାଉଛି ଯେ, ଯୁବପିଢ଼ି ସରକାରଙ୍କ ନିଷ୍ପତ୍ତିକୁ ନେଇ ରାଗିଥିବା ଜାଣି ଏହାର ଫାଇଦା ଉଠାଇଥିଲେ ଗୁରୁଙ୍ଗ। ବିଭିନ୍ନ ନେଟୱାର୍କ ମାଧ୍ୟମରେ ସମଗ୍ର ନେପାଳରେ ଏହି କ୍ରୋଧକୁ ବିସ୍ତାର କରିଥିଲେ ସେ। ସୁଦାନ ଗୁରୁଙ୍ଗ ହେଉଛନ୍ତି ହାମି ନେପାଳର ପ୍ରତିଷ୍ଠାତା ଏବଂ ସଭାପତି। ଏହି ସଂଗଠନ ଜେନ୍-ଜି ଆନ୍ଦୋଳନକୁ ଗତି ଏବଂ ଦିଗଦର୍ଶନ ଦେଇଥିଲା।












Click it and Unblock the Notifications