ହାଇୱେରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟର ହଠାତ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିଛି।ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହାଇୱେରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର। କେଦାରନାଥ ପାଇଁ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଡାସୁ ନିକଟ ହାଇୱେରେ ଜରୁରୀକାଳୀନ ଅବତରଣ କରିଛି। ଏହି ହେଲିକପ୍ଟରରେ ୫ ଯାତ୍ରୀ ସବାର ଥିଲେ।

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ରକ୍ଷା ହୋଇଛି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ଟଳିଯାଇଛି। ତେବେ ହେଲିକପ୍ଟରର ପଛ ଭାଗ ଭାଙ୍ଗି ଯାଇଛି। ହାଇୱେରେ ହେଲିକପ୍ଟରଟି ଧକ୍କା ହେବା ଯୋଗୁଁ ଏକ ଗାଡି କ୍ଷତିଗ୍ରସ୍ତ ହୋଇଛି। ରାଜପଥରେ ହେଲିକପ୍ଟରର ଅବତରଣ ସୂଚନା ପାଇବା ମାତ୍ରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଥିଲେ।ସୂଚନା ମିଳିଛି ଯେ ସହ-ପାଇଲଟଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି।












Click it and Unblock the Notifications