ଶିବସେନା ନେତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟର କ୍ରାଶ, ଅଳ୍ପକେ ବର୍ତ୍ତିଲେ ସୁଷମା ଅନ୍ଧାରେ

ନୂଆଦିଲ୍ଲୀ: ଶିବସେନା (ଉଦ୍ଧବ ଦଳ) ନେତା ସୁଷମା ଅନ୍ଧାରେଙ୍କ ପାଇଁ ଆସିଥିବା ହେଲିକପ୍ଟରଟି ମହାରାଷ୍ଟ୍ରର ମହାଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା । ପାଇଲଟମାନେ ସୁରକ୍ଷିତ ଥିବା କୁହାଯାଉଛି । ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ସୁଷମା ଅନ୍ଧାରେ ହେଲିକପ୍ଟରରେ ବସିବା ପୂର୍ବରୁ ହେଲିକପ୍ଟରଟି ଖସିପଡିଥିଲା । ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣ ଟଳିଯାଇଥିଲା । ଏଥିସହିତ ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟ ବି ସୁରକ୍ଷିତ ଅଛନ୍ତି । ସୁଚନାନୁସାରେ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସୁଶମା ଅନ୍ଧାରେ ଲୋକସଭା ନିର୍ବାଚନ ଲାଗି ବାରମତି ଠାରେ ଏକ ଜନସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ତାଙ୍କୁ ଆଣିବା ଲାଗି ପ୍ରାଇଭେଟ ଚର୍ପ ରାୟଗଡ଼ ଜିଲ୍ଲାର ହେଲିପ୍ୟାଡରେ ପହଞ୍ଚିଥିଲା ।

Helicopter Crash

ହେଲେ ଅବତରଣ କରିବା ପୂର୍ବରୁ ହିଁ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ସକାଳ ୯ଟା ୩୦ ସମୟରେ ଘଟିଛି । ପାଇଲଟ ହେଲିକପ୍ଟରକୁ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ଗୋଟିଏ ଦିଗକୁ ଢଳି ଯାଇଥିଲା । ପ୍ରାଥମିକ ସୂଚନା ଅନୁସାରେ ପାଇଲଟଙ୍କୁ ଆଘାତ ଲାଗିଥିବା ବେଳେ ହେଲିକପ୍ଟରର ରୋଟର ବ୍ଲେଡ କ୍ଷତିଗ୍ରସ୍ତ ହୋଇଛି ।

ଉକ୍ତ ହେଲିକପ୍ଟରରେ ବସିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ସୁଷମା ରହିଥିଲେ । ତାଙ୍କ ଆଖି ସାମ୍ନାରେ ପୂରା ଘଟଣା ଘଟିଥିଲା । ହେଲିକପ୍ଟର କ୍ରାଶ ହୋଇଯିବାରୁ ସେ ସଡ଼କ ପଥରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରି ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+