କ୍ରାଶ ହୋଇଗଲା ହେଲିକପ୍ଟର, ଜଣେ ଗୁରୁତର
ପୁଣେ : ପୁନେ ଜିଲ୍ଲାର ପୌଡ଼ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୩ ଜଣ ସୁରକ୍ଷିତ ଅଛନ୍ତି। କୁହାଯାଉଛି ଯେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଉଦ୍ଧାରକାରୀ ଟିମ ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ହେଲିକପ୍ଟରଟି ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଛନଛତ୍ର ହୋଇ ପଡ଼ି ରହିଛି। ଏହି ଘଟଣାକୁ ନେଇ ଏସପି ପଙ୍କଜା ଦେଶମୁଖଙ୍କ ବୟାନ ସାମ୍ନାକୁ ଆସିଛି । ଦେଶମୁଖ କହିଛନ୍ତି, ପୁଣେର ପୌଡ଼ ଗାଁ ନିକଟରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଏକ ଘରୋଇ ବିମାନ ଚଳାଚଳ କମ୍ପାନୀର ଥିଲା। ଏହା ମୁମ୍ବାଇରୁ ହାଇଦ୍ରାବାଦ ଯାଉଥିଲା। ହେଲିକପ୍ଟରରେ ୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୩ ଜଣ ସୁରକ୍ଷିତ ଅଛନ୍ତି।












Click it and Unblock the Notifications