କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୫ ଯାତ୍ରୀଙ୍କ ମୃତ୍ୟୁ

ପୁଣି କେଦାରନାଥରେ ବଡ଼ ଅଘଟଣ । ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ । କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣା ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ ଘଟିଛି । ତେବେ ପାଗ ଖରାପଥିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି । ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Helicopter crash

କହି ରଖୁଛୁ ଚଳିତ ବର୍ଷ ହେଉଥିବା କେଦାରନାଥ ଯାତ୍ରାରେ ଭିନ୍ନ ଭିନ୍ନ ଧାମରେ ଅନେକ ଥର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଇ କିଛି ଦିନ ତଳେ କେଦାରନାଥରେ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ମଧ୍ୟ କରାଯାଇଥିଲା । ଚାରିଧାମ ଯାତ୍ରା ଆରମ୍ଭରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସମସ୍ତ ଦୁର୍ଘଟଣାଗୁଡ଼ିକୁ ନଜରରେ ରଖି କେଦାରନାଥ ରୁଟରେ ହେଲିକପ୍ଟର ଯାତ୍ରାକୁ କମ୍ କରାଯାଇଛି । ପ୍ରତିଦିନ ୬୦ ହେଲିକପ୍ଟର ଯାତ୍ରାକୁ କମାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ହେଲିକପ୍ଟର ପ୍ରତିଦିନ ୨୦୦ ରୁ ୨୫୦ ଥର ଯାତ୍ରା କରିଥାଏ । ଲଗାତାର ଦୁର୍ଘଟଣା ପରେ DGCA ଯାତ୍ରାକୁ କମାଇବାର ନିଷ୍ପତ୍ତି ନେଇଛି । DGCA କେଦାରନାଥ ରୁଟରେ କଡ଼ା ନିୟମ ଲାଗୁ କରିଛି । ଏହି ନୂତନ ନିର୍ଦ୍ଦେଶ ଅନୁଯାୟୀ, ଗୁପ୍ତକାଶୀରୁ ହେଲିକପ୍ଟର ଘଣ୍ଟାରେ ୨ ଥର ଉଡ଼ିବ । ହେଲିକପ୍ଟର ୮ ଘଣ୍ଟାରେ ମୋଟ ୧୬ ଥର ଉଡ଼ିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+