କେଦାରନାଥରେ ହେଲିକପ୍ଟର କ୍ରାସ୍
Helicopter Crash In Uttrakhand Kedarnath: ଉତ୍ତରପ୍ରଦେଶର କେଦାରନାଥରେ ଲ୍ୟାଣ୍ତ କରିବା ସମୟରେ ଏକ କ୍ରିଷ୍ଟାଲ ହେଲିକେପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲିକପ୍ଟରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ସୂଚନା ଅନୁସାରେ, ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ସେନା ବିମାନ MI-17 ଆଜି ସକାଳେ ଖରାପ ହୋଇଯାଇଥିଲା ଯାହା ପରେ କ୍ରିଷ୍ଟାଲ ହେଲିକପ୍ଟରକୁ ସଜାଡିବା ପାଇଁ ଏୟାରଲିଫ୍ଟ କରିଥିଲା । ହେଲେ ଭାରସ୍ୟାମ ହରାଇ ମଝି ଆକାଶରେ ଚେନ୍ ଛିଡି ଯିବାରୁ ହେଲିକେପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମନ୍ଦାକିନୀ ନଦୀ ନିକଟରେ ଦୁର୍ଘଟଣା ଘଟଥିଲା । ହେଲେ ଏଥିରେ କେହି ମୃତାହତ ହୋଇନଥିବା ନେଇ ସୂଚନା ରହିଛି ।
केदारनाथ की पहाड़ियों में गिरा क्रिस्टल हेलीकॉप्टर
उत्तराखंड: केदारनाथ धाम में एक क्रिस्टल हेलीकॉप्टर केदारनाथ की पहाड़ियों में गिर गया. दरअसल लैंडिंग के दौरान क्रिस्टल हेलीकॉप्टर दुर्घटनाग्रस्त हो गया था और MI-17 की मदद से ले जाया जा रहा था, इसी दौरान अचानक क्रिस्टल हेलीकॉप्टर… pic.twitter.com/LlYioWAmgk
— NDTV India (@ndtvindia) August 31, 2024
ଘଟଣାସ୍ଥଳରେ ଏସଡିଆରଏଫ୍ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । କେବେ ଏକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ କରାଯାଉଥିବା ଏହି ହେଲିକପ୍ଟର ପୂର୍ବରୁ କେଦାରନାଥ ମନ୍ଦିରକୁ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲା ହେଲେ ମେ ୨୪ ତାରିଖରେ ଯାନ୍ତ୍ରିକ ତ୍ରୁଟି ପାଇଁ ଏହାକୁ ଜରୁରୀକାଳୀନ ଅବତରଣ କରିବା ପାଇଁ ପଡିଥିଲା । ବାୟୁସେନାର MI 17 ବିମନା ସାହାଯ୍ୟରେ ଏୟାରଲିପ୍ଟ କରାଯାଇ ଗୌଚର ଏୟାରଷ୍ଟ୍ରିପକୁ ପଠାଯାଉଥିଲା। ଏହି ସମୟରେ MI 17 ବିମାନ ନିୟନ୍ତ୍ରଣ ହରାଇଥିଲା । ଏହି ସମୟରେ ପାଇଲଟ୍ ଖାଲି ସ୍ଥାନ ଦେଖି ଘାଟିକୁ ଉକ୍ତ ହେଲିକପ୍ଟରଟଇକୁ ଖସାଇ ଦେଇଥିବା ନେି ସୂଚନା ରହିଛି ।












Click it and Unblock the Notifications