ଇଭିଏମ୍ରେ ସିଲ ହେଲା ଏହି ହେଭିୱେଟଙ୍କ ଭାଗ୍ୟ
ନୂଆଦିଲ୍ଲୀ: ଦେଶରେ ପଂଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ୬ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୪୯ ଆସନ ପାଇଁ ଭୋଟ ପଡିଛି । ଓଡ଼ିଶାର ୫ ଟି ଲୋକସଭା ସହ ୩୫ ବିଧାନସଭା ଆସନରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର । ଏଥର ନିର୍ବାଚନରେ ସମସ୍ତଙ୍କ ନଜରରେ ରହିଛି ଉତରପ୍ରଦେଶର ୩ ପ୍ରମୁଖ ଆସନ ରାଏବବରେଲି, ଆମେଥି, ଲକ୍ଷ୍ନୌ । ପ୍ରଥମ ଥର ପାଇଁ ନିର୍ବାଚନ ଲଢିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂସ ଗୋଏଲ ।
ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି, ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି, ବିଜେପିର ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ଭଳି ନେତା । ଆଉ ବର୍ତ୍ତମାନ ଏହି ହେଭିୱେଟଙ୍କ ଭାଗ୍ୟ ସିଲ ହୋଇଛି ଇଭିଏମ୍ରେ ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି । ଏହି କ୍ରମରେ ବରଗଡରେ ସର୍ବାଧିକ ୬୬.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୫୫.୬୫ ପ୍ରତିଶତ ସହ ଆସ୍କାରେ ସବୁଠୁ କମ ଭୋଟିଂ ହୋଇଛି । ସୁନ୍ଦରଗଡରେ ୬୧.୫୩ ପ୍ରତିଶତ, କନ୍ଧମାଳ ୫୭.୪୬ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି ।
ସଂଧ୍ୟା ୫ଟା ସୁଦ୍ଧା ବିହାର - ୫୨.୩୫% ଜାମ୍ମୁ କାଶ୍ମୀର - ୫୪.୨୧% ଝାଡଖଣ୍ଡ - ୬୧.୯୦% ଲଦାଖ - ୬୭.୧୫% ମହାରାଷ୍ଟ୍ର - ୪୮.୬୬% ଓଡିଶା - ୬୦.୫୫% ଉତ୍ତରପ୍ରଦେଶ - ୫୫.୮୦ ପଶ୍ଚିମବଙ୍ଗ - ୭୩.୦୦% ଭୋଟ ଗ୍ରହଣ ହୋଇଛି ।












Click it and Unblock the Notifications