Get Updates
Get notified of breaking news, exclusive insights, and must-see stories!

ବର୍ଷା ବିତ୍ପାତ,ମାତା ବୈଷ୍ଣୋଦେବୀ ମନ୍ଦିରକୁ ଯିବା ରାସ୍ତାରେ ଭୂସ୍ଖଳନ

ଜମ୍ମୁ କଶ୍ମୀରରେ ଥିବା ମାତା ବୈଷ୍ଣୋଦେବୀ ମନ୍ଦିରକୁ ଯିବା ରାସ୍ତାରେ ଭୂସ୍ଖଳନ ହୋଇଛି । ଅର୍ଦ୍ଧକୁଆଁରୀ ନିକଟରେ ଭୂସ୍ଖଳନ ହୋଇଛି । ରାସ୍ତାରୁ ଧସିଥିବା ମାଟି ହଟାଇବା ପାଇଁ କାମ ଚାଲିଛି । ଖବର ମୁତାବକ, ସୋମବାର ଦିନ ଭୂସ୍ଖଳନ ଯୋଗୁଁ ବୈଷ୍ଣୋଦେବୀ ଅର୍ଦ୍ଧକୁଆଁରୀ ନିକଟରେ ବାଟ ବନ୍ଦ ହୋଇଯାଇଥିଲା । ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ଜଣାପଡିଛି । ରାସ୍ତାରୁ ଧସିଥିବା ମାଟିକୁ କଢାଯାଇଛି । ତେବେ ଭୂସ୍ଖଳନରେ କେହି ଆହତ ହୋଇନାହାନ୍ତି ।

ଭୂସ୍ଖଳନ ନୂଆ ରାସ୍ତାରେ ହୋଇଛି । ଫଳରେ ବ୍ୟାଟେରୀ ଗାଡି ସେବା ବାଧାପ୍ରାପ୍ତ ହୋଇଛି । ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାତାୟତ କରିବା ରାସ୍ତାକୁ ସଫା କରିବା କାମ ଆରମ୍ଭ କରିଛନ୍ତି । ରାସ୍ତାରୁ ମାଟି ସଫା ହେବା ପରେ ବ୍ୟାଟେରୀ କାର୍ ସେବା ପୁଣି ଥରେ ଚାଲୁ ରହିବ । ୩୦ ଫୁଟରୁ ଅଧିକ ଅଞ୍ଚଳରେ ବ୍ୟାପିଥିବା ମାଟିକୁ ହଟାଇବା ପାଇଁ ମେସିନ ପଠାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ଜମ୍ମୁ କଶ୍ମୀର ପର୍ଯ୍ୟଟନ ଅଧିକାରୀ କହିଛନ୍ତି । ସେହିପରି ମାତାଙ୍କ ମନ୍ଦିରକୁ ଦର୍ଶନ ପାଇଁ ପୁରୁଣା ରାସ୍ତାରେ ଶ୍ରଦ୍ଧାଳୁ ଯିବାଆସିବା କରୁଛନ୍ତି ।

landslide

ଶ୍ରୀଇନ ବୋର୍ଡ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛି କି, ଭୟଭୀତ ନ ହୋଇ ଧୈର୍ଯ୍ୟ ରଖନ୍ତୁ ଏବଂ କୌଣସି ଆପତ୍ତକାଳୀନ ସ୍ଥିତିରେ କଣ୍ଟ୍ରୋଲ ରୁମ ସହିତ ସଂପର୍କ କରନ୍ତୁ ବୋଲି କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+