ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ , ଜଣେ ମୃତ, ୨୩୫ ଉଦ୍ଧାର
ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ନିକଟରେ ଭୂସ୍ଖଳନ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଜମ୍ମୁ ଓ କାଶ୍ମୀରରେ ବର୍ଷା ସହିତ ପ୍ରବଳ ତୁଷାରପାତ ଲାଗି ରହିଛି । ତୁଷାରପାତ ଭିତରେ ସିନ୍ଥନ ପାହାଡ଼ ଶୀର୍ଷରେ ଫସି ରହିଥିବା ମହିଳା ଓ ଶିଶୁଙ୍କ ସମେତ ୨୩୫ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରତିକୂଳ ପାଗ ଯୋଗୁଁ କିସ୍ତୱାଡ଼ ମ୍ୟୁନିସିପାଲଟି ଓ ନିକଟବର୍ତ୍ତୀ ଡୋଡା ଜିଲ୍ଲାରେ ସୋମବାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

କିସ୍ତୱାଡ଼ ଜିଲ୍ଲାର ଦାଙ୍ଗଡୁରୁଠାରେ ଥିବା ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ରବିବାର- ସୋମବାର ରାତିରେ ଭୂସ୍ଖଳନ ହୋଇଥିଲା। ଦୁଇ ଜଣ ଶ୍ରମିକ ଭୂସ୍ଖଳନ ଯୋଗୁଁ ସେଠାରେ ଫସି ଯାଇଥିଲେ। ଜଣେ ଶ୍ରମିକଙ୍କୁ ଆହତାବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।ଅନ୍ୟ ଏକ ଘଟଣାରେ ଜମ୍ମୁ ଅଞ୍ଚଳର କିସ୍ତୱାଡ଼କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସହିତ ସଂଯୋଗ କରୁଥିବା ସିନ୍ଥନ ପାହାଡ଼ ଶୀର୍ଷରେ ପ୍ରବଳ ତୁଷାରପାତ ଯୋଗୁଁ ଅନେକ ଯାତ୍ରୀ ଫସି ରହିଥିଲେ । ୩୮ଟି ଗାଡ଼ିରେ ଯାଇଥିବା୨୩୫ ଜଣ ଯାତ୍ରୀଙ୍କୁ ପୁଲିସ, ସେନା ଏବଂ ନାଗରିକ ପ୍ରଶାସନର ମିଳିତ ଉଦ୍ଧାର ଅଭିଯାନରେ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications