ଜମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷାର ପ୍ରକୋପ, ୩ ମୃତ, ଅନେକ ନିଖୋଜ

ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ବାଦଲଫଟା ବର୍ଷା । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଭଗ୍ନାବଶେଷରେ ଅନେକ ଘର ପୋତି ହୋଇଯାଇଛି। ଯାହା ଫଳରେ ଅଞ୍ଚଳରେ ଅରାଜକତା ସୃଷ୍ଟି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ୪ ଜଣ ନିଖୋଜ ଅଛନ୍ତି। ପ୍ରବଳ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଛୋଟ କଲଭର୍ଟ ଏବଂ ରାସ୍ତା ମଧ୍ୟ ନଷ୍ଟ ହୋଇଯାଇଛି।

rains

ପ୍ରଶାସନ ଅନୁଯାୟୀ, ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଯାହା ମଧ୍ୟରୁ କିଛି ଘର ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାସିଯାଇଛି। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହେଉଛି। ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର ଦଳ ପ୍ରଭାବିତ ଅଞ୍ଚଳରେ ନିରନ୍ତର ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଭାବିତ ପରିବାର ପାଇଁ ଅସ୍ଥାୟୀ ରିଲିଫ୍ କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆବଶ୍ୟକ ହେଲେ ଅତିରିକ୍ତ ଦଳ ମଧ୍ୟ ପଠାଯିବ। ଲଗାତାର ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ଝରଣାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହା ଫଳରେ ପ୍ରଶାସନ ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+