ପ୍ରବଳ ବର୍ଷାରେ ବେହାଲ କଲକାତା, ୫ ମୃତ, ସତର୍କ ସୂଚନା ଜାରି

କଲକାତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇଛି। ଫଳରେ ସହର ସାରା ଜନଜୀବନ ପ୍ରଭାବିତ ହୋଇଛି। ପାଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ପ୍ରବଳ ବର୍ଷା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛିṣ । କେତେକ ଅଞ୍ଚଳରେ ପାଣିରେ ବିଦ୍ୟୁତ୍‌ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷାର ରେକର୍ଡ ୨୫୦ ମିଲିମିଟର ହୋଇଛି ।

rain
୧୩୧୧୧ ୟୁପି ଇଜାରଦ୍ୱାରୀ ଏକ୍ସପ୍ରେସ ଓ ୧୩୧୭୭ ସିୟାଲଦହ ଜଙ୍ଗୀପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । ଦକ୍ଷିଣ ସିୟାଲଦହ ଖଣ୍ଡରେ ଟ୍ରେନର ପରିଚାଳନା ଧିମା ହୋଇଯାଇଛି । ରେଳ ଧାରଣା ଜଳମଗ୍ନ ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।

କଲକାତା ମ୍ୟୁନିସିପାଲ କର୍ପୋରେସନ ଅନୁଯାୟୀ, ଅନେକ ଲୋକଙ୍କ ଘର, ପରିସର ଏବଂ କାର୍ଯ୍ୟାଳୟରେ ପାଣି ପ୍ରବେଶ କରିଛି। ଯୋଧପୁର ପାର୍କରେ ୨୮୪ ମିମି, ଗରିଆ କାମଦାହାରୀରେ ୩୩୨ ମିମି, ତୋପସିଆରେ ୨୭୫ ମିମି, କାଲିଘାଟରେ ୨୮୦ ମିମି ଏବଂ ବାଲିଗଞ୍ଜରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦିନରେ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମେଦିନୀପୁର, ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପରଗନାରେ ବର୍ଷା ହେବାର ସମ୍ଭାବନା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+