Cyclone Fengal: ତାମିଲନାଡୁରେ ପ୍ରବଳ ବର୍ଷା, ପୁଡୁଚେରୀରେ ସ୍କୁଲ-କଲେଜ୍ ବନ୍ଦ

Cyclone Fengal: ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା 'ଫେଙ୍ଗାଲ'ରେ ପରିଣତ ହୋଇପାରେ। ଏହା 30 ନଭେମ୍ବର ସକାଳେ ତାମିଲନାଡୁ-ପୁଡୁଚେରୀର ଉତ୍ତର ଉପକୂଳରେ ବିଶେଷ କରି କରାଇକାଲ ଏବଂ ମହାବାଲିପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁ ପାରେ ।

Cyclone fengal

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥି ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ ଉପକୂଳରେ ପହଞ୍ଚିବା ମାତ୍ରେ ଘଣ୍ଟା ପ୍ରତି 50-60 କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ଟ୍ରିନକୋମାଲି ନିକଟରେ ଅବସ୍ଥିତ ଏବଂ ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ପ୍ରବଳ ବର୍ଷା ନେଇ ପୁଡୁଚେରୀରେ ସ୍କୁଲ ଏବଂ କଲେଜ ବନ୍ଦ କରାଯାଇଛି । ପୁଡୁଚେରୀର ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ରିଲିଫ କ୍ୟାମ୍ପ ଏବଂ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ୍ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କାଞ୍ଚିପୁରମ୍, ଚେଙ୍ଗାଲପାଟ୍ଟୁ, ଭିଲୁପୁରମ୍, କୁଡାଲୋର ଏବଂ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପ୍ରବଳ ବର୍ଷା ପାଇଁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।ତେବେ କିଛି କିଛି ସ୍ଥାନରେ ଗଛ ଭାଙ୍ଗି ଯାଇଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+