Get Updates
Get notified of breaking news, exclusive insights, and must-see stories!

ଉତ୍ତର ଭାରତରେ ମୌସୁମୀ ବର୍ଷାର ତାଣ୍ତବ:୪୧ ମୃତ

Weather Update:ଉତ୍ତର ଭାରତରେ ମୌସୁମୀ ବର୍ଷାର ତାଣ୍ତବ । ବାଦଲ ଫଟା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ପାହଡରୁ ସମତଳ ସବୁଠି ପାଣି ଆଉ କେବଳ ପାଣି । ହିମାଚଳ ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ,ଆସାମ ସବୁଠି ପ୍ରାକୃତିକ ବପର୍ଯ୍ୟୟର ପ୍ରକୋପ ।

 himachal pradesh

ସୂଚନା ଅନୁସାରେ, ଲଗାଣ ବର୍ଷା ପାଇଁ ଆଉ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ହିମାଚଳ ପ୍ରଦେଶର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଥିବା ନେଇ ସୂଚନା ରହିଛି । ମନାଲି-ଲେହ ଜାତୀୟ ରାଜପଥ ଭୁଶୁଡି ବହୁ ଅଞ୍ଚଳ ଜଳମଗ୍ନ । ଶୁକ୍ରବାର ଠାରୁ ଆଉ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କ୍ଷୟକ୍ଷତି ଆକଳନ ୪ ହଜାର କୋଟି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଚମୋଲିର ଜୁମ୍ମା ଗାଁରେ ଗ୍ଲାସିୟର ଫାଟିବା ଯୋଗୁ ଭୟଙ୍କର ବନ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେହିପରି ଦିଲ୍ଲୀରେ ଯମୁନା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ସୂଚନା ରହିଛି । ପଞ୍ଜାବ-ହରିୟାଣା, ଛତିଶଗଡ, ହିମାଚଳ-ଉତ୍ତରାଖଣ୍ଡ, ୟୁପିରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+