ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ
ମୟାନଗରୀ ମୁମ୍ବାଇରେ ବଦଳିଲା ପାଗର ମିଜାଜ। ହଠାତ ମାଡି ଆସିଲା ବର୍ଷା ସହ ଧୂଳିଝଡ। ଢ଼ାଙ୍କି ହୋଇଗଲା ମେଘ। ଦିନରେ ଛାଇ ହୋଇଗଲା କଳା ଅନ୍ଧାର। ଧୂଳିଝଡ ପରେ ଏଠାରେ ବର୍ଷା ହୋଇଛି। ମୁମ୍ବାଇବାସୀଙ୍କୁ ଗରମରୁ ଅଶ୍ୱସ୍ତି ମିଳିଛି ସତ କିନ୍ତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍ଅଫ୍କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।
ସେପଟେ ପାଣିପାଗ ବିଭାଗ ତରଫରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଘଣ୍ଟା ପାଲଘର ଓ ଥାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ ବେଗରେ ପବନ ବହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି।
ସେପଟେ ମୁମ୍ବାଇର ମରିନ୍ ଡ୍ରାଇଭ ଅଞ୍ଚଳରେ ଭୟଙ୍କର ଧୂଳି ଝଡ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।












Click it and Unblock the Notifications