କଲକାତାରେ ପ୍ରବଳ ବର୍ଷା; ୧୦ ମୃତ, ଟ୍ରେନ ବିମାନ ଚଳାଚଳ ବାଧାପ୍ରାପ୍ତ

ପଶ୍ଚିମବଙ୍ଗରେ ପ୍ରକୃତିର ତାଣ୍ଡବ। ବର୍ଷା-ବିତ୍ପାତରେ ହେଉଛି ଉବୁଟୁବୁ। ସୋମବାର ରାତିରୁ କୋଲକାତାରେ ପ୍ରବଳ ବର୍ଷା ଲାଗି ରହିଛି । ସହରରେ ସୃଷ୍ଟି ହୋଇଛି ଜଳମଗ୍ନ ସ୍ଥିତି । ବର୍ଷା ଯୋଗୁ ପ୍ରାଣ ହରାଇଲେଣି ୧୦ ଜଣ । ବେନିଆପୁକୁର, ଖିଦିରପୁର, ନେତାଜୀ ନଗର, ଗରିଆହାଟ ଓ ଇବାଲପୁରରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଗାରିଆ କାମଦାହାରୀରେ ରେକର୍ଡ ହୋଇଛି ୩୩୨ ମିଲିମିଟର ବର୍ଷା ।

Kolkata

ମେଟ୍ରୋ ଓ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ହାଓଡ଼ା ଓ ସିଆଲଦା ଷ୍ଟେସନରେ ଟ୍ରେନ ଚଳାଚଳ କରୁନାହିଁ । ଅନେକ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ଯୋଗୁ ଦୁର୍ଗାପୂଜା ପ୍ରସ୍ତୁତି ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ଗୁଜରାଟର ଡାଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ଖାପରୀ, ଅମ୍ବିକା, ପୂର୍ଣ୍ଣା ଓ ଗୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳମଗ୍ନ ହୋଇଛି ତଳିଆ ଅଞ୍ଚଳ । ଗାଲକୁଣ୍ଡ ଅଞ୍ଚଳରେ ବାଦଲ ବାଦଲଫଟା ବର୍ଷା ଯୋଗୁ ଖାପରୀ ନଦୀରେ ବନ୍ୟା ଆସିଛି। ୧୫ଟି ଗାଁ ସମ୍ପର୍କ ବିଚ୍ଛିନ୍ନ ହୋଇଛି ଏବଂ ବନ୍ଦ ରହିଛି ବାଘାଇ-ଆହ୍ୱା ମୁଖ୍ୟରାସ୍ତା। ସ୍ଥାନୀୟ ଲୋକ ଜୀବନକୁ ବିପଦରେ ପକାଇ ନଦୀ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+