ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା : ଦୁଇ ମୃତ, ଅନେକ ଫସିଛନ୍ତି

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା । ଭୀଷଣ ବର୍ଷା ଯୋଗୁଁ କୁଲୁ ଓ କାଙ୍ଗଡା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଏବଂ ୭ରୁ ୧୦ ଜଣ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କାଙ୍ଗଡ଼ା ଜିଲ୍ଲାର ଖନିୟାରା ଅଞ୍ଚଳରେ ଇନ୍ଦିରା ପ୍ରିୟଦର୍ଶିନୀ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ୧୫ ଜଣ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ।

himachal pradesh

ମନୁଣି ଖଡ୍ଗ ନଦୀରେ ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ୧୫ ଜଣ ଶ୍ରମିକ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କୁ ଖୋଜାଖୋଜି କରାଯାଉଛି । ବନ୍ୟାରେ କେତେ ଲୋକ ପ୍ରଭାବିତ ହୋଇଛନ୍ତି, ତାହାର ସଠିକ ତଥ୍ୟ ଜଣାପଡ଼ିନି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସେପଟେ କୁଲୁ ଜିଲ୍ଲାର ସେଞ୍ଜ ଘାଟି, ଜୀବା ନାଲା, ଗଢସା ଘାଟି, ହୋରନଗଡ଼ରେ ବାଦଲଫଟା ବର୍ଷା ଯୋଗୁଁ ଜଳପ୍ରଳୟ ଦେଖିବାକୁ ମିଳିଛି । ଜିବା ନାଲାରେ ବାପା-ଝିଅଙ୍କ ସମେତ ୩ ଜଣ ଭାସିଯାଇ ନିଖୋଜ ଥିବା ଖବର ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ମଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବ୍ୟାସ ନଦୀକୂଳିଆ ଲୋକଙ୍କୁ ସତର୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ଆଲର୍ଟ ଜାରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+