ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ:ଭାଙ୍ଗିଲା ୪୦ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ଦିଲ୍ଲୀରେ ବର୍ଷାର ବିତ୍ପାତ । ପ୍ରବଳ ବର୍ଷା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଜଳାର୍ଣ୍ଣବ ହୋଇଛି ଦେଶର ରାଜଧାନୀ । ଲୋକଙ୍କ ଘରେ ପାଣି ପଶିଯାଇଥିବା ବେଳେ ସଡ଼କ ପାଲଟିଛି ସମୁଦ୍ର । ଗତକାଲି ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଯାହା ୪୦ ବର୍ଷର ରେକର୍ଡ ଭାଙ୍ଗିଛି ।
#WATCH | Moderate to heavy rain to continue in Delhi today
Delhi's Safdarjung observatory recorded 153mm of rain at 0830 hours today, the highest since 25th July 1982: India Meteorological Department pic.twitter.com/Mz9kIB8geX
— ANI (@ANI) July 9, 2023
ଗତକାଲି ଦିଲ୍ଲୀରେ ହୋଇଥିବା ବର୍ଷା ଚଳିତ ବର୍ଷ ଦିଲ୍ଲୀରେ ହେବାକୁ ଥିବା ମୌସୁମୀଜନିତ ବର୍ଷାର ୧୫ ପ୍ରତିଶତ ବୋଲି ସୂଚନା ରହିଛି । ସେହିପରି ପ୍ରବଳ ବର୍ଷାରେ ବେହାର ହୋଇ ପଡିଛି ଦିଲ୍ଲୀ । ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଦେଇଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ପାଇଁ ଦିଲ୍ଲୀରେ ପ୍ରାୟ ୧୫ଟି ଘର ଭୁଶୁଡି ପଡିଛି । ଘର କାନ୍ଥ ପଡି ଜଣେ ୫୮ ବର୍ଷିୟ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀର କାଲକାଜୀ ଅଞ୍ଚଳରେ କାନ୍ଥ ପଡି ଅନେକ କାର୍ ଏବଂ ବାଇକ୍ ଭାଙ୍ଗିଯାଇଥିବା ନେଇ ମଧ୍ୟ ସୂଚନା ରହିଛି ।

ସେପଟେ ପ୍ରବଳ ବର୍ଷା ପାଇଁ ଆଜି ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଗ୍ରାଉଣ୍ତ ଜିରୋରୁ ସର୍ଭେ କରି ରିପୋର୍ଟ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ତ, ରାଜସ୍ଥାନ, ପଞ୍ଜାବ, ଜାମ୍ମୁ କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications