ବିଧାନସଭରେ ପସିଲା ପାଣି, ମୁଖ୍ୟ ଗେଟ୍ରେ ଯାଇପାରିଲେନି ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ବୁଧବାର ଲକ୍ଷ୍ନୌରେ ପ୍ରବଳ ବର୍ଷା ହୋଇଛି । ଏତେ ବର୍ଷା ହୋଇଛି ଯେ ବିଧାନସଭା ପରିସର ପାଣିରେ ଭରିଯାଇଛି । ଏହି ସମୟ ମଧ୍ୟରେ କର୍ମଚାରୀ ଏବଂ ବିଧାନସଭା ସଦସ୍ୟଙ୍କ ଗତିବିଧି ବ୍ୟାହତ ହୋଇଥିଲା । ବିଧାନସାରେ ପାଣି ପସିବା କାରଣରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଧାନସଭାରୁ ଅନ୍ୟ ଗେଟ ଦେଇ ବାହାରକୁ ଯିବାକୁ ପଡ଼ିଥିଲା ।
ବର୍ଷା ଯୋଗୁଁ ପୌର କାର୍ଯ୍ୟାଳୟରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍କୁଲରୁ ଫେରୁଥିବା ପିଲା ଓ ଅଫିସରୁ ଘରକୁ ଫେରୁଥିବା ପିଲାମାନେ ମଧ୍ୟ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଭୟଙ୍କର ବର୍ଷା ହେବା କାରଣରୁ ସହରର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଜରତଗଞ୍ଜ ଓ ଗୋମତୀନଗର ଭଳି ପୋଷ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି ।

ଯଦିଓ ଲକ୍ଷ୍ନୌବାସୀ ବର୍ଷାରେ ଆଶ୍ୱସ୍ତି ପାଇଥିବାରୁ ଖୁସି ଅଛନ୍ତି, କିନ୍ତୁ ଜଳବନ୍ଦୀ ଯୋଗୁଁ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ମହମ୍ମଦ ଦାନିଶ କହିଛନ୍ତି ଯେ ଲକ୍ଷ୍ନୌରେ ଆଜି ପ୍ରାୟ ୫୨ ମିଲିମିଟର ବର୍ଷା ହୋଇଛି ।












Click it and Unblock the Notifications