ବଦଳିଲା ପାଗ , ଏଠାରେ ବର୍ଷିବ ୩ ଦିନ!
ନୂଆଦିଲ୍ଲୀ: କାଳବୈଶାଖୀ ପ୍ରଭାବରେ ଦୁଇ ଦିନ ହେବ ତାତିରୁ ମିଳିଛି ଆଶ୍ୱସ୍ତି । ଗତକାଲି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି । ପାରାଦ୍ୱୀପରେ ଧୂଳିଝଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ସବୁଠୁ ଅଧିକ ୪୨ମି.ମି ବର୍ଷା ରେକର୍ଡ ହୋଇଛି ।
ଚାନ୍ଦବାଲି, ପାରାଦ୍ୱୀପ, କେନ୍ଦୁଝର ଏବଂ ଭୁବନେଶ୍ୱରରେ ବର୍ଷା ପବନ ହୋଇଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ କେବଳ ଓଡ଼ିଶା ନୁହେଁ ଦେଶର ଏବେ ଅନେକ ରାଜ୍ୟରେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ହଠାତ୍ ପାଗରେ ପରିପର୍ତ୍ତନ ହୋଇଛି । ଫଳରେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପାଗ ଆଶ୍ୱସ୍ତିକର ହୋଇଛି ।

ଏହାସହ ଆସନ୍ତା ତିନି ଦିନ ପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନରେ ଗରମରୁ ଲୋକେ ନିସ୍ତାର ପାଇବେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପ୍ରବଳ ପବନ ହେବାର ସମ୍ଭାବନା ଥିବାବେଳେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ଘଡ଼ଘଡ଼ି ମେଘ ସୃଷ୍ଟି ହେବା ସହ ବର୍ଷା ହେବାର ସମ୍ଭାବନା ଅଧିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।












Click it and Unblock the Notifications