ଏହି ରାଜ୍ୟରେ ବର୍ଷାର ବିତ୍ପାତ: IMD ଜାରି କଲା ରେଡ୍ ଅଲର୍ଟ
Tamilnadu Heavy Rainfall: ଗୁରୁବାର ଅର୍ଥାତ୍ 23 ନଭେମ୍ବର 2023 ତାମିଲନାଡୁ ଏବଂ କେରଳର ବଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ହୋଇଥିବା ସୂଚନା, ଯେଉଁଥି ପାଇଁ ଟ୍ରାଫିକ ଜନିତ ସମସ୍ୟା ଦେଖାଦେଇଛି । ବର୍ତ୍ତମାନ ରାଜ୍ୟ PWD ବିଭାଗ ପୁନର୍ବାର ରାସ୍ତା ମରାମତି କାର୍ଯ୍ୟରେ ନିୟୋଜିତ ଅଛି ।
ଆଇଏମଡିର ସତର୍କତା ଏବଂ ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୀଳଗିରି ଡିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ପ୍ରବଳ ବର୍ଷା ପାଇଁ କୁନୁର-ମେଟୁପାଲାୟମ ଜାତୀୟ ରାଜପଥ ଏବଂ ନୀଳଗିରି ଜିଲ୍ଲାର କୋଥାଗିରି-ମେଟୁପାଲାୟମ ରାଜପଥରେ ଅତି କମରେ 10ଟି ସ୍ଥାନରେ ଯାତାୟାତ ବନ୍ଦ କରିବାକୁ ପଡିଥିଲା।

ଚେନ୍ନାଇର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗୁରୁବାର ତାମିଲନାଡୁ ଏବଂ ପୁଡୁଚେରୀ ଜିଲ୍ଲାରେ ଆସନ୍ତା ତିନି ଦିନ ପାଇଁ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଚେଙ୍ଗଲପାଟ୍ଟୁ, କୋଏମ୍ବାଟୁର, କୁନୁର, କୋଥାଗିରି ଏବଂ ଥୋଥୁକୁଡି ସମେତ ତାମିଲନାଡୁର କିଛି କିଛି ଅଂଶରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ପାଣି ଜମା ହୋଇ ରହିଛି । ଚେନ୍ନାଇ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ବାଲାଚନ୍ଦ୍ରନ କହିଛନ୍ତି ଯେ, ତାମିଲନାଡୁ ଏବଂ ପଣ୍ଡିଚେରୀରେ ଆସନ୍ତା ୨ ରୁ ୩ ତିନି ଦିନ ମଧ୍ୟରେ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।
ଇଡୁକି ଏବଂ ପଥନମାଥିଟା ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ରହିଛି । ଜଳସ୍ତର ବଢିବା କାରଣରୁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେହିପରି ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ଗାଁ ଓ ସହର ବିଚ୍ଛିନ୍ନ ହୋଇଯାଇଛି । ଲଗାତାର ବର୍ଷା ହେତୁ ପ୍ରମୁଖ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଯେଉଁଥି ପାଇଁ ଭାରତ ପାଣିପାଗ ବିଭାଗ ପକ୍ଷରୁ 'ରେଡ୍ ଆଲର୍ଟ' ଜାରି କରାଯାଇଛି । ତିରୁବନନ୍ତପୁରମର ନେଡୁମାଙ୍ଗାଡୁ ଏବଂ ନେୟାଟ୍ଟିନକାରାର ପାହାଡ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।












Click it and Unblock the Notifications