ବେଙ୍ଗାଲୁରୁରେ ବନ୍ୟା ସ୍ଥିତି: ୱାର୍କ ଫ୍ରମ ହୋମ ଦାବିରେ ଟ୍ବିଟର ୱାର

ପୁଣି ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି ।ଏପରି ପରିସ୍ଥିତିରେ ବ୍ୟସ୍ତ ହୋଇ କିଛି ଟ୍ବିଟର ୟୁଜର୍ସ ୱାର୍କ ଫ୍ରମ ହୋମ ନେଇ ଦାବି କରିଛନ୍ତି ।

ବେଙ୍ଗାଲୁରୁ: ପୁଣି ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଗୁରୁବାର ରାତିରୁ ବର୍ଷା ବଢିବା ଫଳରେ ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହିତ ଗଛ ଭାଙ୍ଗିବା ସହିତ ଅନେକ ସ୍ଥାନରେ ବିଦ୍ୟୁତ ସରବରାହରେ ବାଧା ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ବ୍ୟସ୍ତ ହୋଇ କିଛି ଟ୍ବିଟର ୟୁଜର୍ସ ୱାର୍କ ଫ୍ରମ ହୋମ ନେଇ ଦାବି କରିଛନ୍ତି । ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏହାକୁ ଅନେକ ସମର୍ଥନ କରିଥିବା ବେଳେ ଅନେକ ଏହାକୁ ରିଟ୍ବିଟ କରି ନିଜର ଅସୁବିଧା ବିଷୟରେ କହିଛନ୍ତି ।

rain
ଆଇଟି ହବ୍ ବେଙ୍ଗାଲୁରୁରେ ଗତମାସ ପ୍ରଥମ ସପ୍ତାହରେ ମଧ୍ୟ ଏଭଳି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ତଳି ଅଞ୍ଚଳରେ ଜମି ରହିଥିଲା ବନ୍ୟା ଜଳ । ଲୋକମାନେ ଅନେକ ଅସୁବିଧାର ସାମନା କରିଥିଲେ । ଅଫିସ ଯିବା ପାଇଁ ବାଇକ କିମ୍ବା କାର୍ ନେବା ସମ୍ଭବ ନହେବାରୁ କିଛି କର୍ମଚାରୀ ଟ୍ରାକ୍ଟରରେ ଯିବା ଆସିବାର ଭିଡିଓ ସାମନାକୁ ଆସିଥିଲା । ତେବେ ଆଗକୁ ଥିବା ଦୀପାବଳି ପର୍ବ ପାଳନ ନେଇ ବର୍ଷା ଏବେ ବାଧକ ସାଜିଲାଣି ।

କେବଳ ବେଙ୍ଗାଲୁରୁ ନୁହେଁ କର୍ଣ୍ଣାଟକର ଅନେକ ଭାଗରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ସପ୍ତାହରେ ବେଙ୍ଗାଲୁରୁରେ ବର୍ଷାର ପୁରୁଣା ରେକର୍ଡ ଭାଙ୍ଗିଛି। ଏଥିସହିତ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ 13 ଲୋକଙ୍କ ଜୀବନ ଯାଇଥିଲା।


ସେହି ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ଏଥିସହିତ ଉଦ୍ଧାର କାର୍ଯ୍ୟ ତ୍ବରାନିତ୍ବ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାରି ମଧ୍ୟରେ ପାଣିପାଗ ବିଭାଗ କର୍ଣ୍ଣାଟକ ବ୍ୟତୀତ ତାମିଲନାଡୁ, ପୁଡୁଚେରୀ, କେରଳ ଭଳି ଦକ୍ଷିଣ ରାଜ୍ୟଙ୍କୁ ମଧ୍ୟ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା 19 ରୁ 22 ତାରିଖ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+