ଦିଲ୍ଲୀରେ ଆଗାମୀ ଦୁଇଦିନ ପ୍ରବଳ ବର୍ଷା, ଅରେଞ୍ଜ ଆର୍ଲଟ ଜାରି
Delhi Rain: ଦିଲ୍ଲୀ-ଏନସିଆରରେ ମୌସୁମୀ ଆସିବା ପରଠାରୁ ଲଗାତାର ବର୍ଷା ଜାରି ରହିଛି। ଜୁଲାଇ 2-3 ତାରିଖରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ପାଣିପାଗ ବିଭାଗ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି । ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ ଏବଂ ଆସନ୍ତା ଦୁଇ ଦିନ ପାଇଁ ଦିଲ୍ଲୀ ଏନସିଆରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ସହ ପବନ ବହିବ। ମଙ୍ଗଳାବାର ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯେଉଁଥିପାଇଁ ଅରେଞ୍ଜ୍ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଦିଲ୍ଲୀରେ ମୌସୁମୀ ସକ୍ରିୟ ରହିଛି ଯେଉଁଥି ପାଇଁ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ।
ସୋମବାର ଦିନ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା 36.1 ଡିଗ୍ରୀ ସେଲସିୟସ୍ ରହିଥିଲା, ସର୍ବନିମ୍ନ ତାପମାତ୍ରା 27.4 ଡିଗ୍ରୀ ସେଲସିୟସ୍ ଥିଲା । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ସୂଅନୁଯାୟୀ ଆସନ୍ତା ସାତ ଦିନ ମଧ୍ୟରେ ଦିଲ୍ଲୀ ଏନସିଆର ଅଞ୍ଚଳ ମେଘୁଆ ରହିବ












Click it and Unblock the Notifications