ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର ତାଣ୍ଡବ, ୧୯ ମୃତ
ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର କରାଳ ରୂପ ଧାରଣ କରିଛି । କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବାଲଦିଆ ଟାଉନର ମୱାଚ୍ ଗୋଥ୍ ଅଞ୍ଚଳରେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି । ବର୍ଷା ସମୟରେ ଏକ ପରିତ୍ୟକ୍ତ କୋଠାର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ି ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ଲୋକମାନେ କୋଠା ତଳେ ଆଶ୍ରୟ ନେଇଥିଲେ । ହେଲେ ତାଙ୍କ ଉପରେ କୋଠାର କାନ୍ଥ ଏବଂ ଛାତ ଭୁଶୁଡି ପଡିଥିଲା ।

ଲାନ୍ଧୀ ମଜିଦ୍ କଲୋନୀରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମାଲିର୍ ନଦୀ ନିକଟ ୟାରୁ ଗୋଥ୍ ଅଞ୍ଚଳରେ ବଜ୍ରପାତ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୋରାଙ୍ଗିରେ ଏକ ଘରର ଛାତ ପଡ଼ି ଜଣେ ମହିଳା ଏବଂ କୋରାଙ୍ଗି ନମ୍ବର ୫ରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ କରାଚି ସମେତ ସିନ୍ଧ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାକିସ୍ତାନ ପାଣିପାଗ ବିଭାଗ (PMD) ପୂର୍ବରୁ ସୂଚନା ଦେଇଥିଲା । ଝଡ଼ବର୍ଷା ଯୋଗୁଁ ବିଦ୍ୟୁତ ଠପ୍ ହୋଇପଡିଛି ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications