ଉତ୍ତରପ୍ରଦେଶରେ ବର୍ଷା ଯୋଗୁଁ 25 ଜଣଙ୍କ ପ୍ରାଣହାନୀ, 12 ଜିଲ୍ଲାରେ ସ୍କୁଲ ବନ୍ଦ

ବଜ୍ରପାତ ଏବଂ ବିଜୁଳି ଯୋଗୁଁ ପ୍ରାୟ 25 ଜଣଙ୍କ ମୃତ୍ୟୁ ହୋଇଛି ।

ଲକ୍ଷ୍ନୌ: ଉତ୍ତରପ୍ରଦେଶରରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷାକୁ ଆଖିରେ ରଖି ଲକ୍ଷ୍ନୌ, ନୋଏଡା, ଗାଜିଆବାଦ, ଆଗ୍ରା ଏବଂ ଅନ୍ୟ କେତେକ ଜିଲ୍ଲାର ପ୍ରଥମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ସୋମବାର ବନ୍ଦ ରହିଛି। ଏଥିସହିତ ବଜ୍ରପାତ ଏବଂ ବିଜୁଳି ଯୋଗୁଁ ପ୍ରାୟ 25 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଦ୍ୟାଳୟ ଛୁଟି ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।

rain

ସୂଚନା ଅନୁସାରେ, ଗୋରଖପୁର ସ୍ଥିତ ରାପି ନଦୀରେ ଲଗାଣ ବର୍ଷା ଫଳରେ ଏକ ଡଙ୍ଗା ବୁଡିଯିବାରୁ 2 ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ରବିବାର ଗାଜିଆବାଦରେ ବର୍ଷା ହେତୁ ଏକ ଘର ଭୁଶୁଡ଼ି ଯିବାରୁ ଜଣେ 90 ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ହାର୍ଡୋଇରେ ବଜ୍ରପାତ ଯୋଗୁଁ 2 ଜଣ ଚାଷୀଙ୍କ ପ୍ରାଣହାନୀ ହୋଇଛି । ସେହିପରି ପାଲି ଥାନା ଅନ୍ତର୍ଗତ ରାମପୁର ମିଶ୍ର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଛି । ସୀତାପୁର ଜିଲ୍ଲାରେ ବଜ୍ରାଘାତରେ ଜଣେ 11 ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଜଉନପୁର ଗ୍ରାମରେ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଜପୁର ଅଞ୍ଚଳରେ ଏକ ଅସ୍ଥାୟୀ କାନ୍ଥ ଭୁଶୁଡ଼ି 5 ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ବଳରାମପୁରରେ ଦୁଇ ଯୁବକ ବନ୍ୟା ପାଣିରେ ଭାସି ଯାଇଛନ୍ତି । ରାଜ୍ୟରେ ଅଦିନିଆ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ଼ ଲାଗିରହିଛି । ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଅନେକ ଗ୍ରାମ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

ଆଇଏମଡି ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ହାରାହାରି 22.5 ମିଲିମିଟିର ବର୍ଷା ରେକର୍ଡ କରାଯାଇଛି । ଅକ୍ଟୋବର 1 ତାରିଖରୁ ରବିବାର ସୁଦ୍ଧା ରାଜ୍ୟରେ 92.3 ମିମି ବର୍ଷା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ଭିତରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ବର୍ଷା ପ୍ରଭାବିତ ଜିଲ୍ଲାର ଅନେକ ଅଞ୍ଚଳରୁ ପ୍ରବଳ ଜଳ ବନ୍ଦୀ ହୋଇଥିବା ସୂଚନା ମିଳିଛି। ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି ଏବଂ ବିଦ୍ୟୁତ କର୍ମଚାରୀଙ୍କୁ ସତର୍କ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+