ଲଗାଣ ବର୍ଷାରେ ଉଗୁଟୁବୁ ଗୁଜୁରାଟ: ୨୯ ଜଣଙ୍କ ମୃତ୍ୟୁ, ୧୭୮୦୦ ଜଣଙ୍କୁ କରାଗଲା ଉଦ୍ଧାର
Gujrat News: ଗୁଜୁରାଟରେ ଲଗାଣ ବର୍ଷାରେ ଏପର୍ଯ୍ୟନ୍ତ ୨୯ ଜଣଙ୍କ ମୃତ୍ୟୁ ଘଟିଛି, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏଥିମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ପାଣିରେ ବୁଡ଼ିବାରୁ ହୋଇଥିବା ବେଳେ ଆଉ କିଛି ଲୋଙ୍କ ମୃତ୍ୟୁ ଗଛ ପଡିବା କାରଣରୁ ହୋଇଛି । ବୁଧବାର କ୍ରମାଗତ ଚତୁର୍ଥ ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭,୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ।
ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରେ ସାତ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ରବିବାର ଦିନ ମୋର୍ବି ଜିଲ୍ଲାର ହାଲଭାଡ ତାଲୁକା ଅନ୍ତର୍ଗତ ଧୱନା ଗାଁ ନିକଟରେ ଥିବା ଏକ ବ୍ରିଜ ପାର ହେଉଥିବା ବେଳେ ସେମାନେ ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି, ଏନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି । ଗୋଟିଏ ଦିନରେ ୧୩ ଜିଲ୍ଲାରେ ୨୦୦ ମି.ମି ବର୍ଷା ରେକର୍ଡ କରାଯାଇଛି ।
ରାଜ୍ୟରେ ୫ଟି ଜିଲ୍ଲାର ସ୍ଥିତି ଗମ୍ଭୀର ରହିଛି । ରାଜକୋଟ୍, ଆନନ୍ଦ, ଖେଡ଼ା, ମୋରବି, ଭଦୋଦରା ଏବଂ ଦ୍ୱାରକାରେ ବର୍ଷାର ତାଦଣ୍ତବ ଦେଖିବା ପାଇଁ ମିଳିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଲୋକଙ୍କ ପାଖରେ ରିଲିଫ୍ ମଧ୍ୟ ପହଞ୍ଚା ଯାଉଛି । ଭାରତୀୟ ବାୟୁସେନା, ତଟରକ୍ଷୀ ବାହିନୀ ସମେତ ଏନଡିଆରଏଫ୍, ଏସଡିଆର ଟିମ୍ ନିୟୋଜିତ ଅଛନ୍ତି । ତେବେ ୧୮ ଜିଲ୍ଲାରୁ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଗୁଜୁରାଟର ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଏବଂ ଏହି ଘଟଣାର ମୁକାବିଲା ପାଇଁ କେନ୍ଦ୍ରରୁ ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ନିଶ୍ଚିତ କରିଥିଲେ। ବୁଧବାର ଦିନ ସୌରାଷ୍ଟ୍ରର ଦେବଭୋମି ଦ୍ୱାରକା, ଜାମନଗର, ରାଜକୋଟ ଏବଂ ପୋରବନ୍ଦର ଭଳି ଜିଲ୍ଲାରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ଦେବଭୋମି ଦ୍ୱାରକା ଜିଲ୍ଲାର ୧୮୫ ମିଲିମିଟର ବର୍ଷା ହୋଇଥିଲା, ଯାହା ରାଜ୍ୟରେ ସର୍ବାଧିକ ବର୍ଷା ବୋଲି ସୂଚନା ରହିଛି ।












Click it and Unblock the Notifications