• search
For Quick Alerts
Turn On Notification  
For Daily Alerts

କେରଳ ସମେତ ଏହି ରାଜ୍ୟଗୁଡିକରେ ଆସନ୍ତାକାଲି ପ୍ରବଳ ବର୍ଷା ସତର୍କ ସୂଚନା, କାଶ୍ମୀରରେ ତୁଷାରପାତ ହେବାର ପୂର୍ବାନୁମାନ

|

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଗତ ଦୁଇ ଦିନ ମଧ୍ୟରେ ବହୁତ ବର୍ଷା ହୋଇଛି । ବିଶେଷ କରି କେରଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଗତ ଦୁଇ ଦିନରେ ହୋଇଥିବା ବର୍ଷା ଯୋଗୁଁ କେରଳରେ ଅତି କମରେ 30 ଜଣ ଏବଂ ଉତ୍ତରାଖଣ୍ଡରେ ଅତି କମରେ 23 ଜଣ ପ୍ରାଣ ହରାଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏଠାରେ ବର୍ଷା ହ୍ବାର ସମ୍ଭାବନା ରହିଛି । ବୁଧବାର ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

kerala

ବୁଧବାର ଏବଂ ଗୁରୁବାର ମଧ୍ୟ କେରଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର କେରଳର 11 ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଅକ୍ଟୋବର 20 ରେ ଥିରୁବନନ୍ତପୁରମ୍, ପଠାନମଥିଟ୍ଟା, କୋଟାୟାମ, ଏର୍ନାକୁଲମ୍, ଇଡୁକି, ତ୍ରୀଶୁର, ପଲକ୍କଡ, ମଲ୍ଲପୁରମ, କୋଝିକୋଡ, ୱାୟାନାଡ ଏବଂ କନ୍ନୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହ 12 ଟି ଜିଲ୍ଲାରେ ଗୁରୁବାର ଦିନ ବର୍ଷା ହେବାର ପୂର୍ବାନୁମାନ କରି ମଧ୍ୟ ଅରେଞେଜ ଆଲର୍ଟ ଜାରି କରାଯାଇଛି ।

କେରଳ ବ୍ୟତୀତ ଅକ୍ଟୋବର 20 ରୁ 21 ପର୍ଯ୍ୟନ୍ତ କର୍ଣ୍ଣାଟକ, ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବୁଧବାର ଦିନ ପଶ୍ଚିମବଙ୍ଗ ବ୍ୟତୀତ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ବିହାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ । ବଙ୍ଗଳା ଏବଂ ବିହାରର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି ।

23 ଅକ୍ଟୋବରରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । 22 ଏବଂ 23 ଅକ୍ଟୋବରରେ ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିତ୍-ବାଲ୍ଟିସ୍ତାନରେ ବର୍ଷା ଏବଂ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି । ଅକ୍ଟୋବର 23 ରେ ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଉତ୍ତର-ପଶ୍ଚିମ ରାଜସ୍ଥାନରେ ମଧ୍ୟ ହାଲୁକା ବର୍ଷା ହୋଇପାରେ ।

କେରଳରେ ଲଗାତାର ବର୍ଷା ହେତୁ ପରିସ୍ଥିତି ଅତ୍ୟନ୍ତ ଗୁରୁତର ରହିଛି । ଏଠାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ 30 ଜଣ ପ୍ରାଣ ହରାଇଛନ୍ତି, ତଥାପି ଅନେକ ଲୋକ ନିଖୋଜ ଥିବା ଜଣାଯାଇଛି । ଉତ୍ତରାଖଣ୍ଡରେ ମଧ୍ୟ ନିରନ୍ତର ବର୍ଷା ଯୋଗୁଁ ନୈନିତାଲ ସମେତ ଅନେକ ସହର ପାଣି ଘେରରେ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Heavy Rain Fall Alert In Some States Along With Kerala
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X