ଦିଲ୍ଲୀରେ ପ୍ରବଳ କୁହୁଡି, ଏକାଧିକ ବିମାନ ସେବା ସ୍ଥଗିତ
ଦିଲ୍ଲୀର ଏନ୍ସିଆର ଅଞ୍ଚଳରେ ପ୍ରବଳ ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡି ଯୋଗୁଁ ଗାଡି, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଦିଲ୍ଲୀ ଏୟାର୍ପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି ହୋଇଛି। ଯାତ୍ରୀ ମାନଙ୍କୁ ସତର୍କ ରହିବାକୁ ଆଇଏମଡି ପକ୍ଷରୁ ବିଶେଷ ସୂଚନା ଜାରି କରାଯାଇଛି। ଘନ କୁହୁଡି କମ୍ ଦୂରତା ଦୃଶ୍ୟମାନ କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଶତାଧିକ ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୫୮ଟି ବିମାନର ଉଡାଣ ଓ ୬୦ଟିର ଅବତରଣ ବାତିଲ କରାଯାଇଛି। ଏହା ସହିତ ୧୬ଟି ବିମାନକୁ ଅନ୍ୟତ୍ର ଅବତରଣ ପାଇଁ ପରାମର୍ଶ ଦିଆଯାଇଥିବାବେଳେ ୧୩୦ ବିମାନ ଉଡାଣ ବିଳମ୍ବିତ ହୋଇଛି। କୁହୁଡି ପାଇଁ ବିମାନ ଚଳାଚଳରେ ଏପରି ଅଚଳାବସ୍ଥାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀମାନଙ୍କୁ କେତେକ ସତର୍କତା ଜାରି କରିଛି। ସତର୍କତାରେ ଯାତ୍ରୀମାନଙ୍କୁ ଫ୍ଲାଇଟ୍ ଷ୍ଟାଟସ୍ ଦେଖି ଯାତ୍ରା ଆରମ୍ଭ କରିବାକୁ କହିଛି। ଏହା ସହିତ ଏୟାରଲାଇନ୍ସ କମ୍ପାନୀ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications