ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ, ଗୁଳିମାଡ଼ରେ ବିଏସଏଫ୍ ଯବାନ ଆହତ
Jammu Kashmir Firing News: ଜାମ୍ମୁ କାଶ୍ମୀର ନିକଟରେ ଥିବା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଖନ କରିଛି । ଗୁରୁବାର (26 ଅକ୍ଟୋବର 2023) ବିଳମ୍ବିତ ରାତିରେ ପାକିସ୍ତାନୀ ରେଞ୍ଜର୍ସ ବିଏସଏଫକୁ ଟାର୍ଗେଟ କରି ଗୁଳି ଚଳାଇବା ଆରମ୍ଭ କରିଥିଲେ। ଭାରତୀୟ ସେନା ମଧ୍ ଏହାର ଉତ୍ତର ଦେଇଥିଲା ।
#WATCH | Jammu and Kashmir: "...There was heavy firing. Everyone is scared. The people are hiding in bunkers..," says a local from Arnia. https://t.co/83CUPotu5R pic.twitter.com/P3ijbdscPq
— ANI (@ANI) October 27, 2023
ହଟାତ୍ ଗୁଳି ବିନିମୟ ହେତୁ ସୀମା ନିକଟରେ ଥିବା ଗ୍ରାମବାସୀଙ୍କୁ ନିକଟସ୍ଥ ନିର୍ମିତ ବଙ୍କରରେ ଆଶ୍ରୟ ନେବାକୁ ପଡିଥିଲା। ଏଥିରେ ଦୁଇ ବିଏସଏଫ୍ ସୈନିକ ଏବଂ ୪ ଜଣ ସାଧାରଣର ନାଗରିକ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ଜମ୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ରାତିରୁ ଏହି ଗୁଳି ବିନିମୟ ଚାଲିଛି ଏବଂ ବର୍ତ୍ତମାନ ମଧ୍ୟ ସୀମାରେ ଗୁଳି ବିନିମୟର ଶଦ୍ଦ ଶୁଣିବାକୁ ମିଳୁଛି। ଆର୍ନିଆ ସେକ୍ଟରର ଜଣେ ଗ୍ରାମବାସୀ କହିଛନ୍ତି ବିଳମ୍ବିତ ରାତିରୁ ଏହି ଗୁଳି ବିନିମୟ ଚାଲିଛି, ସୀମା ଆମ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ, ଏପରି ଘଟଣା ପ୍ରାୟ 2-3 ବର୍ଷ ପରେ ଘଟୁଛି, ସମଗ୍ର ଗାଁ ଲୋକେ ବଙ୍କରରେ ଆଶ୍ରୟ ନେଇଛି। ଆଗକୁ କ'ଣ ଘଟିବ ତାହା କେହି ଜାଣିନାହାଁନ୍ତି ।
ଏହି ଗୁଳି ବିନିମୟ ଘଟଣାକୁ ନେଇ ବିଏସଏଫ୍ କହିଛି ଯେ, ସେମାନଙ୍କ ଦ୍ୱାରା କରାଯାଇଥିବା ଗୁଳି ବିନିମୟରେ ଆମେ ଉପଯୁକ୍ତ ଉତ୍ତର ଦେଉଛୁ। ପାକିସ୍ତାନ କାହିଁକି ଏହି ହଠାତ୍ ଗୁଳି ବିନିମୟ କରୁଛି ସେନେଇ ସୂଚନା ମିଳିପାରି ନାହିଁ। ଆମେ ବର୍ତ୍ତମାନ ଅଧିକ କିଛି ସୂଚନା ଏନେଇ ଦେଇ ପାରିବୁ ନାହିଁ ।












Click it and Unblock the Notifications