କଲବଲ କରିବ ଖରା;ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି
ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଚେତାବନୀ ଦେଇଛି। ଚଳିତ ମାର୍ଚ୍ଚରେ ଅତ୍ୟଧିକ ଉତ୍ତାପ ତାଲିକାରେ ବିଦର୍ଭର ନାମ ଯୋଡ଼ି ହୋଇଛି। ଶନିବାର ଆକୋଲା (୪୦.୮ ଡିଗ୍ରି ସେଲସିୟସ୍) ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇ ରହିଛି। ବିଦର୍ଭର ଅନ୍ୟ ଅଞ୍ଚଳ ଯେଉଁଠାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରି ସେଲସିୟସ୍ ଅଧିକ ଥିଲା ସେଗୁଡ଼ିକ ହେଲା ଅମରାବତୀ (୪୦.୬ ଡିଗ୍ରି), ୱାର୍ଦ୍ଧା (୪୦ ଡିଗ୍ରି), ୱାସିମ୍ (୩୯.୨ ଡିଗ୍ରି) ଓ ଚନ୍ଦ୍ରପୁର (୩୮.୮ ଡିଗ୍ରି)।
ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଅଞ୍ଚଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କେତେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୭-୪୧ ଡିଗ୍ରି ସେଲସିୟସ୍ ମଧ୍ୟରେ ରହିଥିଲା। ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଲଦାଖରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରି ସେଲସିୟସରୁ ଅଧିକ ଥିଲା ବୋଲି ଶନିବାର ଆଇଏମ୍ଡି କହିଛି।

ସମତଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ସେଲସିୟସରୁ ଅଧିକ ରେକର୍ଡ ହେଲେ, ଉପକୂଳରେ ୩୭ ଡିଗ୍ରି ସେଲସିୟସରୁ ଅଧିକ ଏବଂ ପାହାଡ଼ିଆ ଅଞ୍ଚଳରେ ୩୦ ଡିଗ୍ରି ସେଲସିୟସରୁ ଅଧିକ ହେଲେ କିମ୍ବା ତାପମାତ୍ରା ସ୍ୱାଭାବିକଠାରୁ ୪.୫ରୁ ୬.୪ ଡିଗ୍ରି ସେଲସିୟସରୁ ଅଧିକ ହେଲେ ଆଇଏମ୍ଡି ଗ୍ରୀଷ୍ମପ୍ରବାହ ଘୋଷଣା କରେ। ମହାରାଷ୍ଟ୍ରର ବିଦର୍ଭ ଓ କୋଙ୍କଣରେ ସୋମବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଦର୍ଭରେ ଉତ୍ତାପ ସ୍ଥିତିରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ ବୋଲି ଆଇଏମ୍ଡି କହିଛି।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ











Click it and Unblock the Notifications