୪୦ ଉପରେ ୫ ସହରର ତାପମାତ୍ରା
ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସୋମବାର ରାଜ୍ୟର ପାଞ୍ଚଟି ସହରରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ସୋମବାର ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ବୌଦ୍ଧ ସହର ସବୁଠାରୁ ଉତ୍ତପ୍ତ ସହର ଭାବରେ ଉଭା ହୋଇଛି। ଏହି ସୂଚନା ପାଣିପାଗ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରି ସେଲସିୟସ୍ ଥିବାବେଳେ ଦ୍ବିତୀୟ ସ୍ଥାନରେ ବରଗଡ଼ ରହିଛି।

ବରଗଡ଼ର ତାପମାତ୍ରା ୪୨ ଡିଗ୍ରି ସେଲସିୟସ୍ ରହିଛି। ସେହିପରି ଅନୁଗୁଳର ତାପମାତ୍ରା ୪୦.୭ ଡିଗ୍ରି ସେଲସିୟସ୍, ଟିଟିଲାଗଡ଼ର ୪୦.୫ ଡିଗ୍ରି ସେଲସିୟସ୍ ଏବଂ ମାଲକାନଗିରିର ୪୦.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।












Click it and Unblock the Notifications