ଆସନ୍ତାକାଲିଠାରୁ ୪ ଦିନ ଯାଏ ୬ରୁ ୮ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ଶନିବାର ଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି । ବିଶେଷକରି ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡ଼ିଗ୍ରୀରୁ ଉର୍ଦ୍ଧ୍ୱ ରହିବ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଂଟା ଯାଏଁ ପାଗରେ ପରିବର୍ତ୍ତନ ହେବାର ନାହିଁ ।

କିନ୍ତୁ ଏହାପରେ ଅର୍ଥାତ୍ ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ରୁ ଦିନ ଯାଏଁ ଦିନର ତାପମାତ୍ରା ପ୍ରାୟ ୬ରୁ ୮ ଡିଗ୍ରି ଯାଏଁ ବଢ଼ିବାର ସମ୍ଭାବନା ରହିଛି । ୧୭ ଓ ୧୮ ତାରିଖ ବେଳକୁ ତାତି ପିକ୍‌ଅପ୍‌ରେ ପହଂଚିବ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ଗତ ଦୁଇଦିନ ତଳେ ପ୍ରାୟ ୬ ଡିଗ୍ରୀ ହ୍ରାସ ପାଇଥିଲା ।

heatwave alert

କାଳବୈଶାଖୀ ପ୍ରଭାବରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି । ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ ଜିଲ୍ଲାରେ ବର୍ଷା ହୋଇଛି । ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରାର ପ୍ରଭାବ ଦେଖାଯାଇ ନାହିଁ । ହେଲେ ଗତକାଲିଠାରୁ ତାପମାତ୍ରା ବୃଦ୍ଧି ପାଇଛି । ପାରଳାଖେମୁଣ୍ଡିରେ ଗତକାଲି ୩୯ ଦଶମିକ ୨ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+